26.1 C
Bhubaneswar
Wednesday, November 4, 2026
Homeଓଡିଶାଘୁଞ୍ଚିଲା ସୁଜିତ ରାଉଳଙ୍କ ଜାମିନ ଶୁଣାଣି

ଘୁଞ୍ଚିଲା ସୁଜିତ ରାଉଳଙ୍କ ଜାମିନ ଶୁଣାଣି

କଟକ: ଚୌଦ୍ବାର ସର୍କଲ ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା। ଆସନ୍ତା ସପ୍ତାହରେ ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣି ହେବ ବୋଲି ଜଣାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ କେସ ଡାଏରି ଦାଖଲ କରିବା ସହିତ ତଦନ୍ତର ସାନି ସ୍ଥିତି ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ରାଉଳଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରୁଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅଗଷ୍ଟ ୨୯ରେ ଶ୍ରୀ ରାଉଳଙ୍କୁ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରିଥିଲେ। ସେପ୍ଟେମ୍ବର ୨୧ରେ ଶ୍ରୀ ରାଉଳଙ୍କୁ ଗିରଫ କରି ଚୌଦ୍ବାର ପୁଲିସ କୋର୍ଟ ଚାଲାଣ କରିଥିଲା। ଟାଙ୍ଗୀ-ଚୌଦ୍ବାର ଜେଏମଏଫସି ଅଦାଲତରେ ଜାମିନ ଖାରଜ ହେବା ପରେ ଶ୍ରୀ ରାଉଳ ଦୌରା ଅଦାଲତରେ ଏ ନେଇ ଆବେଦନ କରି ନିରାଶ ହୋଇଥିଲେ। ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ ତଥା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଶ୍ରୀ ରାଉଳଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking