26.1 C
Bhubaneswar
Wednesday, November 4, 2026
Homeଓଡିଶାଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ; ନିଜ ଦାୟିତ୍ୱ ନିର୍ବାହ କରିବାରେ ରାଜ୍ୟ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ; ନିଜ ଦାୟିତ୍ୱ ନିର୍ବାହ କରିବାରେ ରାଜ୍ୟ ସରକାର
ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର : କୋଟିଆରେ ନିର୍ବାଚନ କରିବାକୁ ପ୍ରୟାସ ଜାରି ରଖିଛି ଆନ୍ଧ୍ର । ଲୋକଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବାକୁ ବସିଛି ଆନ୍ଧ୍ର । ସୀମା ବିବାଦକୁ ନେଇ ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ନିଜ ଦାୟିତ୍ୱ ନିର୍ବାହ ନ କରି କୋର୍ଟ ଯାଇଛୁ କହି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିଜର ଅସହାୟତା ପ୍ରକାଶ କରି ରାଜ୍ୟ ସରକାର ଆନ୍ଧ୍ର ସରକାର ପାଖରେ ନିଜକୁ ଆତ୍ମସମର୍ପଣ କରିଥିବାରୁ କଡ଼ା ନିନ୍ଦା କରିଛି ବିଜେଡି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ଯୋଗୁଁ ଓଡିଶା ସୀମାରେ ଆନ୍ଧ୍ର ସରକାର ଅନୁପ୍ରବେଶ କରୁଛନ୍ତି । ସୀମା ବିବାଦର ସମାଧାନ ପାଇଁ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ । ଯେଉଁଥି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ । ନିଜ ଦାୟିତ୍ୱ ନିର୍ବାହ ନ କରି ସୀମା ବିବାଦ ପ୍ରସଙ୍ଗକୁ ଏଡ଼ାଇ ଯାଉଛନ୍ତି ରାଜ୍ୟ ସରକାର । ନିର୍ବାଚନ ସମୟରେ ସୀମା ବିବାଦକୁ ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ । ସୀମା ବିବାଦ ସମାଧାନ କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଫଳସ୍ୱରୂପ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୁଳିପୁଟ ଗ୍ରାମପଞ୍ଚାୟତର ଜୁମଡାଙ୍ଗ ଗ୍ରାମରେ ଆନ୍ଧ୍ର ଅନୁପ୍ରବେଶ କରି ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ବସିଛି । ସରକାର କେବଳ ଦେଖଣାହାରୀ ସାଜି ବସି ରହିଛନ୍ତି । ଟ୍ରିପଲ ଇଞ୍ଜିନ ସରକାର ଥାଇ ମଧ୍ୟ ସୀମା ବିବାଦର ସମାଧାନ ନ ହେବା ଅତ୍ୟନ୍ତ ଲଜ୍ଜାଜନକ । ଚିତ୍ରକୋଣ୍ଡାରେ ଆନ୍ଧ୍ରର ଅନୁପ୍ରବେଶକୁ ନେଇ ମାଲକାନଗିରି ଜିଲ୍ଲା ବିଜେଡିର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇଥିଲା । କିନ୍ତୁ ସବୁ ଜାଣି ସୁଦ୍ଧା ସରକାର ନିଦାବିଷ୍ଣୁ ସାଜିଛନ୍ତି । ଚିତ୍ରକୋଣ୍ଡାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଗୁରୁପ୍ରିୟା ସେତୁ କରି ଅପହଞ୍ଚ ଇଲାକାକୁ ଯୋଗାଯୋଗର ବାଟ ଫିଟାଇଥିଲେ । କିନ୍ତୁ ବିଜେପି ସରକାରରେ ସେଠାରେ ବିକାଶ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ବହୁ କଲ୍ୟାଣକାରୀ ଯୋଜନାରୁ ଲୋକେ ଅପହଞ୍ଚ ଥିବାବେଳେ ଜିଲ୍ଲା ପ୍ରଶାସନ ସ୍ଥାଣୁ ପାଲଟି ଯାଇଛି । ସରକାର ଓଡ଼ିଶାର ସ୍ୱାର୍ଥକୁ ଭୁଲି ଆନ୍ଧ୍ର ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି । ଯାହା ଫଳରେ ଓଡ଼ିଶାବାସୀ ବାରମ୍ବାର ଉପେକ୍ଷିତ ହେଉଛନ୍ତି । ରାଜନୀତିରୁ ଊଦ୍ଧ୍ୱର୍ରେ ରହି ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ସୀମା ବିବାଦର ସମାଧାନ କରିବା ସହିତ ଆନ୍ଧ୍ରର ନିର୍ବାଚନ ପଣ୍ଡ କରିବା ପାଇଁ ପଦକ୍ଷେପ ନିଅନ୍ତୁ ସରକାର ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ସୀମା ବିବାଦକୁ ନେଇ ବିଜେଡି ସରକାର ସମୟରେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସୀମା ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିଲେ ସୁଦ୍ଧା କେନ୍ଦ୍ର ସରକାର ତାହା ପାଳନ କରିଲେ ନାହିଁ । ବର୍ତ୍ତମାନ ଓଡ଼ିଶା ଓ ଆନ୍ଧ୍ର ସମେତ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ସୀମା ବିବାଦ ସମାଧାନ ନ ହେବା ଅତ୍ୟନ୍ତ ନିନ୍ଦନୀୟ । ଆନ୍ଧ୍ର କେବଳ କୋଟିଆ ନୁହେଁ, ଏବେ ମାଲକାନଗିରି ଜିଲ୍ଲା ଉପରେ ଦୃଷ୍ଟି ପକେଇଛି । ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୁଳିପୁଟ ଗ୍ରାମପଞ୍ଚାୟତର ଜୁମଡାଙ୍ଗ ଗ୍ରାମର ବାସିନ୍ଦାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତେଇବାକୁ ପ୍ରୟାସ କରୁଛି ଆନ୍ଧ୍ର । କିନ୍ତୁ ରାଜ୍ୟ ସରକାରଙ୍କ ପାଖରେ ଏହାର କୌଣସି ଖବର ନାହିଁ । ବିଜେପିର ନେତା ଓ ମନ୍ତ୍ରୀ ମାନେ ସୀମା ବିବାଦକୁ ନେଇ କେବଳ ବାହାସ୍ଫୋଟ ମାରୁଛନ୍ତି । ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ଯଦି ହସ୍ତକ୍ଷେପ କରନ୍ତା, ତେବେ ଓଡ଼ିଶାକୁ ପଶିପାରନ୍ତା ନାହିଁ ଆନ୍ଧ୍ର । କିନ୍ତୁ କେନ୍ଦ୍ର ତାହା କରିବାରେ ଅସମର୍ଥ, କାରଣ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁଙ୍କ ସରକାରର ସମର୍ଥନ ଯୋଗୁଁ କେନ୍ଦ୍ରରେ ତିଷ୍ଠି ରହିଛି ବିଜେପି ସରକାର । ଯଦି ଆନ୍ଧ୍ର ସମର୍ଥନ ପ୍ରତ୍ୟାହାର କରେ, ତେବେ କେନ୍ଦ୍ରରେ ବିଜେପି ସରକାର ଭାଙ୍ଗିଯିବ । ତେଣୁକରି କେନ୍ଦ୍ର ଓ ରାଜ୍ୟ ସରକାର ନିଜର ଅସହାୟତା ପ୍ରଦର୍ଶନ କରି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି । ବିଜେଡି ଶାସନ କାଳରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ପ୍ରୟାସ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରି ପଦକ୍ଷେପ ଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନର ସରକାର କେବଳ ଦେଖଣାହାରୀ ସାଜିଛନ୍ତି । ରାଜ୍ୟ ସରକାର କୋଟିଆ ସମେତ ଅନ୍ୟ ବିବାଦୀୟ ସ୍ଥାନରେ ତୁରନ୍ତ ଦୃଷ୍ଟି ଦିଅନ୍ତୁ । ସୀମାକୁ ସିଲ୍ କରି ଆନ୍ଧ୍ରର ଅନୁପ୍ରବେଶକୁ ବନ୍ଦ କରିବା ସହିତ ନିର୍ବାଚନକୁ ପଣ୍ଡ କରନ୍ତୁ ସରକାର ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking