29.1 C
Bhubaneswar
Tuesday, November 3, 2026
Homeଓଡିଶାଖୁଣ୍ଟୁଣୀ ରେଞ୍ଜରେ ହାତୀ ଉପଦ୍ରବ

ଖୁଣ୍ଟୁଣୀ ରେଞ୍ଜରେ ହାତୀ ଉପଦ୍ରବ

ଆଠଗଡ଼ : ରାଜ ରାସ୍ତାରେ ଗଜରାଜ। ବ୍ୟାରିକେଡ୍ ଭାଙ୍ଗି ରାସ୍ତା ପାର ହେଲା ଦନ୍ତା । ଆଠଗଡ଼ ଖୁଣ୍ଟୁଣୀ ରେଞ୍ଜ ଓରନ୍ଦା ନିକଟରେ ବୁଲୁଛି ଦନ୍ତା । ରାତିରେ ୫୫ ନମ୍ବର ଜାତୀୟ ରାଜପଥର ବ୍ୟାରିକେଡ ଭାଙ୍ଗି ରାସ୍ତା ପାର୍ ହୋଇଛି ଦନ୍ତା । ହାତୀ ରାସ୍ତା ପାର୍ ହେବା ସମୟର ଭିଡିଓ ମଧ୍ୟ କ୍ୟାମେରାରେ କଏଦ କରିଛନ୍ତି କିଛି ଯାତ୍ରୀ ।ହାତୀକୁ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ରାସ୍ତାରେ ଗାଡ଼ି ଗୁଡ଼ିକ ଅଟକି ଯାଇଥିଲା । ଯାତ୍ରୀ ଓ ଗାଡ଼ି ଚାଳକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ବ୍ୟସ୍ତବହୁଳ ଜାତୀୟ ରାଜପଥରେ ହାତୀଙ୍କ ଅବାଧ ଚଳପ୍ରଚଳ ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହିଛି । ତେଣୁ ଏଭଳି ସମ୍ବେଦନଶୀଳ ସ୍ଥାନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking