27.1 C
Bhubaneswar
Monday, November 2, 2026
Homeଓଡିଶାଦ୍ରୁତଗତିରେ ଉପକୂଳ ମୁହାଁ ଭୀଷଣ ବାତ୍ୟା, ଘଣ୍ଟାକୁ ୨୫ କିମି ବେଗରେ ମାଡ଼ି ଚାଲିଛି ‘ମୁରାସୁ’

ଦ୍ରୁତଗତିରେ ଉପକୂଳ ମୁହାଁ ଭୀଷଣ ବାତ୍ୟା, ଘଣ୍ଟାକୁ ୨୫ କିମି ବେଗରେ ମାଡ଼ି ଚାଲିଛି ‘ମୁରାସୁ’

ଭୁବନେଶ୍ୱର: ୨୫ କିମି ବେଗରେ ମାଡ଼ି ଚାଲିଛି ବାତ୍ୟା ‘ମୁରାସୁ’ । ଆଜି ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍ , ଘଣ୍ଟାକୁ ୧୨୦ କିମି ପର୍ଯ୍ୟନ୍ତ ବହିପାରେ ପବନ । ବଙ୍ଗୋପସାଗରରେ ଦ୍ରୁତଗତିରେ ଉପକୂଳ ମୁହାଁ ହେଉଛି ଭୀଷଣ ବାତ୍ୟା ‘ମୁରାସୁ’। ଘଣ୍ଟାକୁ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ଏହି ବେଗରେ ଆଗକୁ ବଢ଼ିଛି । ଏବେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ‘ମୁରାସୁ’। ଆଜି ସକାଳ ସାଢ଼େ ୫ଟା ସୁଦ୍ଧା ବାତ୍ୟାର କେନ୍ଦ୍ରସ୍ଥଳ ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ପୂର୍ବ-ଉତ୍ତରପୂର୍ବ, ନେଲ୍ଲୋରଠାରୁ ୨୧୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଏବଂ ମଛଲିପଟ୍ଟନମଠାରୁ ୨୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି । ସେହିପରି କାଭାଲିଠାରୁ ୨୨୦ କିଲୋମିଟର ଏବଂ ଓଙ୍ଗୋଲଠାରୁ ୨୬୦ କିଲୋମିଟର ଦୂରରେ ରହିଛି ବାତ୍ୟା ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ଆଗକୁ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଆଜି ରାତି ସାଢ଼େ ୧୧ଟାରୁ ଆସନ୍ତାକାଲି ଭୋର ୪ଟା ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ନେଲ୍ଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇପାରେ । ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବାତ୍ୟାର ବର୍ତ୍ତମାନର ଗତିବେଗ ଘଣ୍ଟାକୁ ୨୫ କିଲୋମିଟର ଥିବାବେଳେ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଯଥେଷ୍ଟ ଅଧିକ ରହିବ। ଭୀଷଣ ବାତ୍ୟା ରୂପରେ ହିଁ ‘ମୁରାସୁ’ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବୋଲି IMD ପୂର୍ବାନୁମାନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking