29.1 C
Bhubaneswar
Saturday, October 31, 2026
Homeଓଡିଶାମୋବାଇଲ୍ ନ ମିଳିବାରୁ ଜୀବନ ହାରିଦେଲା ଛାତ୍ର

ମୋବାଇଲ୍ ନ ମିଳିବାରୁ ଜୀବନ ହାରିଦେଲା ଛାତ୍ର

ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ଗଣ୍ଡଶିଳା ଗ୍ରାମର ମାଧବାନନ୍ଦ ମହାନ୍ତଙ୍କ ଦଶମ ଶ୍ରେଣୀରରେ ପାଠ ପଢ଼ୁଥିବା ପୁଅ ନରେନ୍ଦ୍ର କୁମାର ମହାନ୍ତ(୧୫) ମୂଷାମାରୀ ଖାଇ ଆତ୍ମହତ୍ୟା କରିଛି । ମିଳିଥିବା ଖବର ଅନୁଯାୟୀ ନରେନ୍ଦ୍ର ପରିବାର ଲୋକଙ୍କୁ ତା ପାଇଁ ଏକ ମୋବାଇଲ ମାଗିଥିଲା । ତେବେ ଏହା ନପାଇବାରୁ ସମ୍ଭବତଃ ମାନସିକ ଭାରସାମ୍ୟ ହରାଇ ଗତ ୨୭ ତାରିଖ ସନ୍ଧ୍ୟାରେ ଘରେ ଥିବା ମୂଷାମାରୀ ଖାଇଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ଘଟଗାଁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରା ଯାଇଥିଲା ଯେଉଁଠାରେ ତାର ମୃତ୍ୟୁ ଘଟିଛି। ଘଟଗାଁ ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୬୩/୨୦୨୬ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking