28.1 C
Bhubaneswar
Friday, October 30, 2026
Homeଓଡିଶାନଭେମ୍ବର ୩ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ରାଇରଙ୍ଗପୁର ଗସ୍ତ

ନଭେମ୍ବର ୩ରୁ ରାଷ୍ଟ୍ରପତିଙ୍କ ତିନିଦିନିଆ ରାଇରଙ୍ଗପୁର ଗସ୍ତ

ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ନଭେମ୍ବର ୩ରୁ ୫ ପର୍ଯ୍ୟନ୍ତ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ତୃତୀୟ ପରିବର୍ତ୍ତନ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ସେ କଲାଇକୁଣ୍ଡା (ପଶ୍ଚିମବଙ୍ଗ) ଦେଇ ସଡ଼କ ପଥରେ ରାଇରଙ୍ଗପୁର ଆସିବେ ।

ଆସନ୍ତା ନଭେମ୍ବର ୩ ତାରିଖ ମଙ୍ଗଳବାର ଦିଲ୍ଲୀ ପାଲାମ ବିମାନ ବନ୍ଦରରୁ ବାୟୁ ସେନାର ବିମାନରେ କଲାଇକୁଣ୍ଡା ଅବତରଣ କରିବେ । ବହଡ଼ାଗୋଡା ଫରେଷ୍ଟ ଗେଷ୍ଟ ହାଉସରେ ମଧ୍ୟାହ୍ନଭୋଜନ ପରେ ସଡ଼କ ପଥରେ ରାଇରଙ୍ଗପୁର ହଲିଡେ ହୋମରେ ପହଞ୍ଚିବେ । ସନ୍ଧ୍ୟାରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ପୂଜା-ଆରତି କର ରାଇରଙ୍ଗପୁର ବାସଭବନରେ ରାତ୍ରୀଯାପନ କରିବେ । ନଭେମ୍ବର ୪ ମହୁଲଡିହା ଲକ୍ଷ୍ମୀ ମଣ୍ଡପ ଦର୍ଶନ, ସିଏସ୍ଡି କ୍ୟାଣ୍ଟିନ ଉଦଘାଟନ ଓ ୩ ବୀର ନାରୀଙ୍କୁ ସମ୍ମାନିତ କରିବେ । ବାଦାମପାହାଡ଼ ଦୁଇ ଅମୃତ ଭାରତ ଷ୍ଟେସନ ଉଦଘାଟନ ଓ ରାଇରଙ୍ଗପୁରଠାରେ ଥିବା ଗୋଶାଳା ଓ ଆସେକା ବିଲ୍ଡିଂ ନିର୍ମାଣ ଶିଳାନ୍ୟାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବେ । ୫ ତାରିଖ ଗୋରୁମହିଷାଣି ମଲ୍ଟି ସ୍କିଲ ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ ଓ ଜାହିରାଠାରେ ଶାଳ/ମହୁଲ ବୃକ୍ଷ ରୋପଣ କରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking