ଭୁବନେଶ୍ୱର : ଭୁବନେଶ୍ୱର ବାହାରେ ହେବ କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ ର ୫୦ ତମ ବୈଠକ ଭୁବନେଶ୍ୱର ବାହାରେ ବସିବାକୁ ଯାଉଛି । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ପୂର୍ବରୁ କୋରାପୁଟରେ କ୍ୟାବିନେଟ୍ ବୈଠକ ବସିବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ତାହା ପରିବର୍ତ୍ତନ ହୋଇଛି । କେଉଁଠି ବୈଠକ ବସିବ, ସେନେଇ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଅନ୍ୟପଟେ ଭୁବନେଶ୍ୱର ବାହାରେ କ୍ୟାବିନେଟ୍ ବୈଠକ ବସିବା ନେଇ ଟାର୍ଗେଟ କରିଛି ବିଜେଡି । ବିଧାୟକ ଶାରଦା ଜେନା କହିଛନ୍ତି ଯେ, ସରକାର ଲୋକଙ୍କୁ ଭଣ୍ଡେଇଵା ପାଇଁ ଏ ନାଟକ ହେଉଛି। ବିରୋଧୀ ଦଳରେ ଥିଲା ବେଳେ ବହୁତ କଥା କହିଥିଲେ। ସେହିଭଳି ଲୋକଙ୍କୁ ଭଣ୍ଡେଇବା ପାଇଁ କହୁଛନ୍ତି କ୍ୟାବିନେଟ ଭୁବନେଶ୍ୱର ବାହାରେ କରିବେ। ଯେଉଁଠି କ୍ୟାବିନେଟ କଲେ ନିଷ୍ପତ୍ତି ଗୋଟିଏ ହେବ। ଏଥିରେ କିଛି ନୂତନତ୍ତ୍ୱ ନାହିଁ।










