31.1 C
Bhubaneswar
Monday, October 26, 2026
Homeଓଡିଶାଯୁବକଙ୍କ ମୃତ୍ୟୁକୁ ନେଇ ମାଲକାନଗିରିରେ ଉତ୍ତେଜନା

ଯୁବକଙ୍କ ମୃତ୍ୟୁକୁ ନେଇ ମାଲକାନଗିରିରେ ଉତ୍ତେଜନା

ମାଲାକାନଗିରି : ଯୁବକଙ୍କ ମୃତ୍ୟୁକୁ ନେଇ ମାଲକାନଗିରିରେ ଉତ୍ତେଜନା । ଥାନା ଘେରିବା ସହ ଟାୟାର ଜାଳି ରାସ୍ତା ଅବରୋଧ । ମୃତକ MV ୬୫ ଗାଁର ତନୁପ ଦେ । ଗଞ୍ଜେଇ ଚାଲାଣ ଅଭିଯୋଗରେ ରାତିରେ ଉଠାଇ ନେଇଥିଲା ହରିଆଣା ପୁଲିସ । ହୋଟେଲରୁ ମିଳିଛି ଝୁଲନ୍ତା ମୃତଦେହ । ପୁଲିସ କୁ ଗିରଫ କରିବାକୁ ସ୍ଥାନୀୟ ଲୋକଙ୍କ ଦାବି । ସୂଚନା ଅନୁସାରେ, ଗତ କାଲି ରାତିରେ ହରିଆନା ପୁଲିସ ମାଲକାନଗିରି ଜିଲ୍ଲା mv-65 ଗ୍ରାମର ଜଣେ ଯୁବକଙ୍କୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗ କରି ଘରୁ ଉଠାଇ ଆଣିଥିଲେ । ଯୁବକଙ୍କ ନାମ ତନୁପ ଦେ । ତାଙ୍କୁ ପୁଲିସ ହୋଟେଲ ମାଲକାନଗିରି ଇନରେ ରଖିଥିବା ବେଳେ ଆଜି ସକାଳେ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ହରିଆଣାର ହଂସି ଥାନା ପୋଲିସ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାଲକାନଗିରି ଥାନାରେ ହରିଆଣା ପୁଲିସ ଅଟକ ରହିଥିବା ବେଳେ ଲୋକେ ଥାନା ଘେରାଉ କରି ହରିଆଣା ପୁଲିସକୁ ଗିରଫ କରିବା ଲାଗି ଦାବି କରିଛନ୍ତି । ତେଣୁ ଉତ୍ତେଜନା ଲାଗି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking