31.1 C
Bhubaneswar
Sunday, October 25, 2026
Homeଦେଶ ବିଦେଶସାଉଦି ଆରବକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ୍

ସାଉଦି ଆରବକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ୍

ନୂଆଦିଲ୍ଲୀ : ସାଉଦି ଆରବରେ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ସେବା ଉପରେ କଟକଣା ଜାରି ରହିଛି । ରିୟାଦ ଓ ଦମ୍ମାମକୁ ଉଭୟ ଏୟାରଲାଇନ୍ସର ବିମାନ ସେବା ନଭେମ୍ବର ୭ ଯାଏଁ ସ୍ଥଗିତ ରହିବ ବୋଲି କୁହାଯାଇଛି । ସେହିପରି ଜେଦ୍ଦାକୁ ଯାତାୟାତ କରୁଥିବା ବିମାନ ସେବା ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ । ସାଉଦି ଆରବରେ ନାଗରିକ ଭିତ୍ତିଭୂମି ଉପରେ ଲଗାତାର ଆକ୍ରମଣ ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସାଉଦି ଆରବରେ ଫସି ରହିଥିବା ଭାରତୀୟ ଉମରାହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଲଗାତାର ଉଦ୍ୟମ କରୁଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ସମ୍ପୃକ୍ତ ବିମାନ କମ୍ପାନି ଏବଂ ଟୁର୍ ଅପରେଟରଙ୍କ ସହ ଯୋଗାଯୋଗରେ ରହିଛନ୍ତି । ବିଶେଷକରି ରିୟାଦ ଓ ଦମ୍ମାମ୍ ବିମାନବନ୍ଦର ଉପରେ ଆକ୍ରମଣ ଯୋଗୁଁ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କ ସୂଚନା ଅନୁସାରେ, ଗତ ଏକ ସପ୍ତାହ ମଧ୍ୟରେ ସାଉଦି ଆରବରେ ଫସିଥିବା ପ୍ରାୟ ୩ ହଜାର ଉମରାହ ଯାତ୍ରୀ ଭାରତ ଫେରିଛନ୍ତି । ଏହା ବ୍ୟତୀତ ୧୦ ହଜାରରୁ ଅଧିକ ସାଧାରଣ ଉମରାହ ଯାତ୍ରୀ ମଧ୍ୟ ଦେଶକୁ ଫେରିଛନ୍ତି । ଅବଶିଷ୍ଟ ଯାତ୍ରୀଙ୍କୁ ଶୀଘ୍ର ଫେରାଇ ଆଣିବା ପାଇଁ ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋଚନା ଜାରି ରହିଛି । ଏଥିସହ ରିୟାଦ ଓ ଜେଦ୍ଦାରେ ଭାରତୀୟ ନାଗରିକଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲା ରହିଛି । ସାଉଦି ଆରବର ସ୍ଥିତି ସମ୍ପର୍କରେ ଭାରତୀୟଙ୍କୁ ଅବଗତ କରାଇବା ପାଇଁ ନିୟମିତ ଭାବେ ପରାମର୍ଶ ଜାରି କରାଯାଉଛି । ସୂଚନାଯୋଗ୍ୟ, ଦମ୍ମାମ୍ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking