31.1 C
Bhubaneswar
Sunday, October 25, 2026
Homeଓଡିଶାଦୁଇ ଟ୍ରେଲର ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ

ଦୁଇ ଟ୍ରେଲର ମୁହାଁମୁହିଁ, ଚାଲିଗଲା ଦୁଇ ଜୀବନ

ସୁନ୍ଦରଗଡ଼: ଦୁଇ ଟ୍ରେଲର ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଳାବାହାଲ ଛକ ନିକଟରେ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ି ଭିତରେ ଫସି ରହିଥିବା ଦୁଇ ଚାଳକଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇନଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଉଭୟ ଡ୍ରାଇଭର ବିହାରର ହୋଇଥିବା ସୂଚନା ମିଳିଛି । ଲେଫ୍ରିପଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଦୁର୍ଘଟଣା କିପରି ଘଟିଲା ଏବଂ ଏଥିପାଇଁ କିଏ ଦାୟୀ, ସେନେଇ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking