29.1 C
Bhubaneswar
Sunday, October 25, 2026
Homeଓଡିଶାଆନ୍ଧ୍ରମୁହାଁ ବାତ୍ୟା ‘ଅର୍ଣ୍ଣବ’! ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଆନ୍ଧ୍ରମୁହାଁ ବାତ୍ୟା ‘ଅର୍ଣ୍ଣବ’! ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ‘ଅର୍ଣ୍ଣବ’। ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି ସମ୍ଭାବ୍ୟ ବାତ୍ୟା। ଆସନ୍ତା ୨୮ ତାରିଖ ସକାଳେ ବାପତଲା ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ସର୍ବାଧିକ ୧୪୦ କିଲୋମିଟର ଛୁଇଁପାରେ। ବାତ୍ୟାର ପ୍ରଭାବରେ ଓଡ଼ିଶାରେ ତିନି ଦିନ ଧରି ପ୍ରବଳ ବର୍ଷା ଆଶଙ୍କା ରହିଛି। ୨୬, ୨୭ ଓ ୨୮ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୮ ତାରିଖ ପାଇଁ ୫ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଏବଂ ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡ଼ିକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିଲୋମିଟର ରହିପାରେ। ସୂଚନା ଅନୁଯାୟୀ, ବାତ୍ୟା ‘ଅର୍ଣ୍ଣବ’ ଏବେ ବିଶାଖାପାଟଣାଠାରୁ ୮୨୦ କିଲୋମିଟର ଏବଂ କାକିନାଡ଼ାଠାରୁ ୯୧୦ କିଲୋମିଟର ଦୂରରେ ରହିଛି। ଆଜି ଅବପାତଟି ଗଭୀର ଅବପାତର ରୂପ ନେବା ଆକଳନ କରାଯାଇଛି। ତେବେ ବାତ୍ୟାର ଗତିପଥ ଓ ପ୍ରଭାବକୁ ନଜରରେ ରଖି ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking