ଜାପାନ : ଜାପାନରେ ପୁଣି ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଜାପାନର ବୋନିନ୍ ଦ୍ୱୀପ ଶନିବାର ରାତିରେ ଥରିଛି । ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି । କିନ୍ତୁ ଭୂକମ୍ପରେ ଏଯାଏଁ କିଛି କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ । ପ୍ରଶାସନ ପକ୍ଷରୁ ସୁନାମୀ ପାଇଁ କୌଣସି ପ୍ରକାରର ଚେତାବନୀ ଜାରି କରାଯାଇନାହିଁ । ରିପୋର୍ଟ ଅନୁସାରେ, ଭାରତୀୟ ସମୟ ଅନୁସାରେ ଶନିବାର ରାତିରେ ବୋନିନ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୪୯୨ କିମି ଗଭୀର ରହିଥିଲା ।
କଛି ଦିନ ପୂର୍ବରୁ ଜାପାନରେ ଆଉ ଏକ ଭୂମିକମ୍ପ ହୋଇଥିଲା । ତେବେ ଶନିବାର ଭୂମିକମ୍ପରେ ଭୟର ମାହୋଲ ଖେଳି ଯାଇଛି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ସେନେଇ କିଛି ତଥ୍ୟ ମିଳିନାହିଁ । ଏହା ପୂର୍ବରୁ ଶନିବାର ବାନୁଆତୁ ଦ୍ୱୀପରେ ବଡ ଧରଣର ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀର୍ବଚା ୭.୧ ରହିଥିଲା । ସକାଳ ୮ଟା ୧ ମିନିଟରେ ଏହି ଦ୍ୱୀପ ହଠାତ ଥରି ଉଠିଥିଲା। ଗୁରୁବାର ରାତିରେ ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ୧୬ ଜଣ ଲୋକଙ୍କ ଜୀବନ ଚାଲିଯାଥିଲା। ଭୂକମ୍ପ ଝଟକା ପରେ ୧୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା । ଭୂକମ୍ପ ଯୋଗୁଁ ୩୩୦ରୁ ଅଧିକ ଘର କ୍ଷତି ହୋଇଥିଲା ।










