ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସଦରରେ ବୁଲୁଛି ଏକ ଦନ୍ତାହାତୀ । ବ୍ଲକ କାର୍ଯ୍ୟାଳୟ ନିକଟ ଗୌଡ଼ ସାହି ପାଖରେ ଥିବାର ଦନ୍ତାହାତୀଟି ରହିଥିବାର ଖବର ମିଳିଛି । ଏହି ଦନ୍ତାଟି ଗତ ଦୁଇ ତିନି ଦିନ ହେଲା ବାଫିଲିମାଳି ଅଞ୍ଚଳରେ ବୁଲୁ ଥିଲା । ଗତକାଲି ଦନ୍ତା ହାତୀଟି କାଶୀପୁର ଟାଉନ ଭିତରକୁ ପଶି ଆସି ଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । କାଶୀପୁର ବନାଞ୍ଚଳ ପକ୍ଷରୁ ହାତୀକୁ ଘଉଡ଼ାଇ ପାଇଁ ଉଦ୍ୟମ କରାଯାଉଛି ।ହାତୀକୁ କୌଣସି ପ୍ରକାର ଉତ୍ତେଜିତ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।










