32.1 C
Bhubaneswar
Saturday, October 24, 2026
Homeଦେଶ ବିଦେଶଫିଲିପାଇନ୍ସରେ ବିମାନ ଦୁର୍ଘଟଣା : ଚାରି ପାଇଲଟଙ୍କ ମୃତ୍ୟୁ

ଫିଲିପାଇନ୍ସରେ ବିମାନ ଦୁର୍ଘଟଣା : ଚାରି ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଫିଲିପାଇନ୍ସ ବାୟୁସେନାର ଦୁଇଟି ବିମାନ ଧକ୍କା ହୋଇଛି। ବାଟାଙ୍ଗାସ୍ ପ୍ରଦେଶର ଫର୍ଣ୍ଣାଣ୍ଡୋ ବାୟୁସେନା ଘାଟିରେ ଏକ ତାଲିମ ଉଡ଼ାଣ ସମୟରେ ଦୁଇଟି ଏସଏଫ-୨୬୦ ବିମାନ ମଧ୍ୟରେ ହୋଇଥିବା ଧକ୍କାରେ ଚାରି ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୁଇ ବିମାନ ମଝି ଆକାଶରେ ଧକ୍କା ହୋଇଥିଲା। ବାୟୁସେନା ଘାଟି ପରିସରରେ ଏହି ଦୁର୍ଘଟଣା ଘଟିଛି । ଫିଲିପାଇନ୍ସ ବାୟୁସେନା ଅନୁଯାୟୀ, ଦୁର୍ଘଟଣାର କାରଣ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ବାୟୁସେନା ଏହାର ସମସ୍ତ ଏସଏଫ-୨୬୦ ତାଲିମ ବିମାନକୁ ଅସ୍ଥାୟୀ ଭାବରେ ଗ୍ରାଉଣ୍ଡ କରିଛି। ଚଳିତ ବର୍ଷ ମେ’ ମାସରେ ଉତ୍ତର ଫିଲିପାଇନ୍ସର ଏକ ପାର୍ବତ୍ୟ ଅଞ୍ଚଳରେ ଏକ ଏସଏଫ-୨୬୦ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking