28.1 C
Bhubaneswar
Friday, October 23, 2026
Homeଓଡିଶାଓଡ଼ିଶାର ଐତିହ୍ୟ ଓ ସହରୀ ରୂପାନ୍ତରଣର ବାର୍ତ୍ତା ଦେଲା ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଓଡ଼ିଶାର ଐତିହ୍ୟ ଓ ସହରୀ ରୂପାନ୍ତରଣର ବାର୍ତ୍ତା ଦେଲା ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଭୁବନେଶ୍ୱର : ଓଡ଼ିଶାର ଗୌରବମୟ ଐତିହ୍ୟ ଓ ଆଧୁନିକ ସହରୀ ବିକାଶର ସ୍ୱପ୍ନକୁ ଏକାଠି କରିଛି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ବାଲୁକା କଳା । ଭୁବନେଶ୍ୱରରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଦ୍ୱିତୀୟ ଜାତୀୟ ଅର୍ବାନ୍ କନକ୍ଲେଭ୍ –୨୦୨୬ ଅବସରରେ ପ୍ରସ୍ତୁତ ଏହି କଳାକୃତି ଓଡ଼ିଶାର ସାଂସ୍କୃତିକ ପରିଚୟ ସହ ସ୍ଥାୟୀ ଓ ଜନବାସଯୋଗ୍ୟ ସହର ଗଠନର ଦୃଷ୍ଟିକୋଣକୁ ପ୍ରତିଫଳିତ କରିଛି । ଏହି ଦୁଇ ଜାତୀୟ ସମାବେଶର ଉଦ୍‌ଘାଟନୀ ଅଧିବେଶନରେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁ ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ଉଭୟ ମନ୍ତ୍ରୀ ବାଲୁକାକଳା ପରିଦର୍ଶନ କରି ଏହା ମାଧ୍ୟମରେ ଉପସ୍ଥାପିତ ଓଡ଼ିଶାର ଐତିହ୍ୟ ଓ ସହରୀ ବିକାଶର ଭାବନାକୁ ଅନୁଧ୍ୟାନ କରିଥିଲେ ।

‘Legacy in Motion, Cities in Transition’ (ଐତିହ୍ୟର ଗତି, ସହରର ରୂପାନ୍ତର) ବାର୍ତ୍ତାକୁ ନେଇ ପ୍ରସ୍ତୁତ ଏହି ବାଲୁକା କଳାରେ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ, କୋଣାର୍କର ପ୍ରସିଦ୍ଧ ଚକ୍ର ଏବଂ ଆଧୁନିକ ସହରର ଚିତ୍ରକୁ ସୁନ୍ଦର ଭାବେ ସ୍ଥାନ ଦିଆଯାଇଛି । ଏହା ରାଜ୍ୟର ସମୃଦ୍ଧ ଅତୀତ ଓ ଭବିଷ୍ୟତମୁଖୀ ବିକାଶ ମଧ୍ୟରେ ଥିବା ସମନ୍ୱୟକୁ ପ୍ରତୀକାତ୍ମକ ଭାବେ ପ୍ରକାଶ କରୁଛି । କଳାକୃତିଟିର ବାର୍ତ୍ତା ହେଉଛି, ଆଧୁନିକତା ଓ ବିକାଶର ଯାତ୍ରାରେ ନିଜର ସାଂସ୍କୃତିକ ପରିଚୟ ଓ ଐତିହ୍ୟକୁ ସୁରକ୍ଷିତ ରଖିବା ଆବଶ୍ୟକ। ଉନ୍ନତ ଯାତାୟାତ ବ୍ୟବସ୍ଥା, ସୁଗମ ଯୋଗାଯୋଗ, ପରିବେଶ ଅନୁକୂଳ ବିକାଶ ଓ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ସହରଗୁଡ଼ିକୁ ଅଧିକ ସମାବେଶୀ ଓ ଜନବାସଯୋଗ୍ୟ କରିବା ହେଉଛି ଆଧୁନିକ ସହରୀ ବିକାଶର ମୁଖ୍ୟ ଲକ୍ଷ୍ୟ । #OdishaOnTheMove, #UMI2026 ଓ #NUC2026 ହ୍ୟାସ୍‌ଟ୍ୟାଗ୍‌ ସହିତ ଏହି କଳାକୃତି ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରତିନିଧି ଓ ଅତିଥିମାନଙ୍କୁ ଏକ ସୃଜନଶୀଳ ସ୍ୱାଗତ ଜଣାଉଛି । ଏହା ଓଡ଼ିଶାର କଳାତ୍ମକ ପରମ୍ପରା, ଆତିଥ୍ୟ ଓ ଭବିଷ୍ୟତମୁଖୀ ନଗର ବିକାଶର ଦୃଷ୍ଟିକୋଣକୁ ଜାତୀୟ ସ୍ତରରେ ଉପସ୍ଥାପନ କରୁଛି। ୟୁ ଏମ୍ ଆଇ ଓ ଏନ୍ ୟୁ ସି – ୨୦୨୬ ସହରୀ ଯାତାୟାତ, ନଗର ଯୋଜନା ଓ ସ୍ଥାୟୀ ସହର ବିକାଶ କ୍ଷେତ୍ରରେ ଜ୍ଞାନ, ଅନୁଭୂତି ଓ ଉତ୍ତମ ପଦ୍ଧତିର ଆଦାନପ୍ରଦାନ ପାଇଁ ଏକ ଜାତୀୟ ମଞ୍ଚ ପ୍ରଦାନ କରୁଛି । ଏହି ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଓଡ଼ିଶାର ଐତିହ୍ୟକୁ ସମ୍ମାନ ଜଣାଇବା ସହ ଏକ ସଂଯୋଗସମ୍ପନ୍ନ, ସମାବେଶୀ ଓ ସ୍ଥାୟୀ ସହରୀ ଭବିଷ୍ୟତର ବାର୍ତ୍ତା ପ୍ରସାର କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking