30.1 C
Bhubaneswar
Thursday, October 22, 2026
Homeଓଡିଶାମହିଳା ସ୍ୱାସ୍ଥ୍ୟ ଓ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶାଲୁ ଜିନ୍ଦଲଙ୍କୁ ‘ସିଏସ୍‌ଆର୍ ପର୍ସନ୍...

ମହିଳା ସ୍ୱାସ୍ଥ୍ୟ ଓ ସଶକ୍ତୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶାଲୁ ଜିନ୍ଦଲଙ୍କୁ ‘ସିଏସ୍‌ଆର୍ ପର୍ସନ୍ ଅଫ୍ ଦି ଇୟର୍’ ସମ୍ମାନ

ନୂଆଦିଲ୍ଲୀ: ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ନୂଆଦିଲ୍ଲୀଠାରେ ଆୟୋଜିତ ୧୯ତମ ଇଣ୍ଡିଆ ସିଏସ୍‌ଆର୍ ଲିଡରସିପ୍ ସମିଟ୍ ଆଣ୍ଡ୍ ଆୱାର୍ଡସ୨୦୨୬ ସମାରୋହରେ ‘ସିଏସ୍‌ଆର୍ ପର୍ସନ୍ ଅଫ୍ ଦି ଇୟର୍’ ସମ୍ମାନରେ ସମ୍ମାନିତ କରାଯାଇଛି। ମହିଳା ସ୍ୱାସ୍ଥ୍ୟ, ମାତୃତ୍ୱ ଯତ୍ନ, ପୁଷ୍ଟିସାଧନ ଓ ଆର୍ଥିକ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସଫଳତାକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି। ତାଙ୍କ ନେତୃତ୍ୱରେ ଜିନ୍ଦଲ ଫାଉଣ୍ଡେସନର ପ୍ରମୁଖ ପଦକ୍ଷେପ #HerKadam ଏଯାବତ୍ ୨,୩୦୦ରୁ ଅଧିକ ଅବହେଳିତ ଗ୍ରାମରେ ପହଞ୍ଚିପାରିଛି। ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କୁ ସ୍ୱାସ୍ଥ୍ୟସେବା, ଉନ୍ନତ ପୁଷ୍ଟି, ନିରାପଦ ମାତୃତ୍ୱ ଓ ଆର୍ଥିକ ସଶକ୍ତିକରଣ ସହ ଯୋଡ଼ି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରାଯାଉଛି।

#HerKadam ଅଧୀନରେ ରକ୍ତହୀନତାର ଯାଞ୍ଚ, ଚିକିତ୍ସା ଓ ପରାମର୍ଶ ମାଧ୍ୟମରେ ୯ ଲକ୍ଷରୁ ଅଧିକ କିଶୋରୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ଏଥିସହିତ, ୮.୯ ଲକ୍ଷରୁ ଅଧିକ ଗର୍ଭବତୀ ମହିଳା ଓ ନିକଟରେ ମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ପ୍ରସବ ପୂର୍ବ ଓ ପ୍ରସବ ପରବର୍ତ୍ତୀ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ଏହି ପଦକ୍ଷେପ ଅଧୀନରେ ଗୁରୁତର ପୁଷ୍ଟିହୀନତାରେ ପୀଡ଼ିତ ଭାବେ ଚିହ୍ନଟ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ଶିଶୁଙ୍କୁ ସୁସ୍ଥ ପୁଷ୍ଟିସାଧନ ହାର ବୃଦ୍ଧି ପାଇଁ ସହାୟତା ମିଳିଛି। ସାମଗ୍ରିକ ଭାବେ, ଏହି ପଦକ୍ଷେପ ମାଧ୍ୟମରେ ଏଯାବତ୍ ୧.୨ କୋଟିରୁ ଅଧିକ ଥର ସ୍ୱାସ୍ଥ୍ୟ ଓ ପୁଷ୍ଟିସମ୍ବନ୍ଧୀୟ ସହାୟତା ପ୍ରଦାନ କରାଯାଇଛି।

ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ଥିଲା—‘ସିଏସ୍‌ଆର୍ ମାଧ୍ୟମରେ ନବସୃଜନକୁ ପ୍ରୋତ୍ସାହନ: ସାମାଜିକ ପ୍ରଭାବର ପରିସର ବୃଦ୍ଧି ପାଇଁ ଚିନ୍ତାଧାରା, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ଓ ସହଭାଗିତାକୁ ଏକତ୍ର କରିବା।’ ଏହି ସମ୍ମିଳନୀରେ ଶିଳ୍ପ ଜଗତର ଅଗ୍ରଣୀ ବ୍ୟକ୍ତିତ୍ୱଙ୍କ ସମେତ କର୍ପୋରେଟ୍ ଓ ବିକାଶ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ସାମାଜିକ ବିକାଶ ସହ ଜଡ଼ିତ ପଦକ୍ଷେପଗୁଡ଼ିକର ପରିସର ବୃଦ୍ଧି କରିବା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking