ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାଲୁ ଆତଙ୍କ । ଗତ ସପ୍ତାହେ ହେବ ଭାଲୁ ଭୟରେ ଅଞ୍ଚଳବାସୀ ଭୟଭୀତ। ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ବି ହୋଇଛି । ତେଣୁ ଭାଲୁକୁ ଧରିବା ପାଇଁ ଲାଗିପଡିଛି ବନ ବିଭାଗ । ବଲାଙ୍ଗୀରରୁ ରାପିଡ୍ ରେସ୍ପନ୍ସ ଟିମ୍, ସ୍ଥାନୀୟ ବନ କର୍ମଚାରୀ ଓ ଡ୍ରୋନ୍ ସାହାଯ୍ୟରେ ଭାଲୁର ଗତିବିଧିକୁ ଦେଖୁଛନ୍ତି ।ଦିନକ ତଳେ କଣ୍ଟାବାଞ୍ଜି ସହରର ଶିଶୁ ପାର୍କ ନିକଟରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିଲା। ତେଣୁ ଭାଲୁଟିକୁ ଧରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି ବନ କର୍ମଚାରୀ ।










