ଭୁବନେଶ୍ୱର: ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍ । ଦୀର୍ଘ ୨୫ ଘଣ୍ଟା ହେଲା କମିସନରେଟ ପୁଲିସର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଛି । ଏହି ଘଟଣା ପୋଲିସର ସାଇବର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି । ଆକାଉଣ୍ଟକୁ ହ୍ୟାକରଙ୍କ କବଳରୁ ମୁକ୍ତ କରିବା ଏବଂ ଏହାର ନିୟନ୍ତ୍ରଣ ଫେରିପାଇବା ଏବେ ଗୁରୁତ୍ୱପୂର୍ଣ୍ଣ । ତେବେ ହ୍ୟାକ୍ ପଛରେ କିଏ ରହିଛି ଏବଂ ଆକାଉଣ୍ଟ କେବେ ସ୍ୱାଭାବିକ ହେବ, ସେନେଇ ସୂଚନା ମିଳିପାରିନାହିଁ ।










