31.1 C
Bhubaneswar
Tuesday, October 20, 2026
Homeଓଡିଶାଭୁବନେଶ୍ୱର ବିମାନବନ୍ଦରରୁ ୮.୫ କେଜି ମାରିଜୁଆନା ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ୮.୫ କେଜି ମାରିଜୁଆନା ଜବତ

ଭୁବନେଶ୍ୱର : ବ୍ୟାଙ୍କକକୁ ସିଧା ବିମାନ ସେବା ପରେ ଆରମ୍ଭ ହୋଇଥିଗଲା ଦାମୀ ବିଦେଶୀ ଗଞ୍ଜେଇ ଚାଲାଣ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଛି ୮ କିଲୋ ୫୦୦ ଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ (ମରିଜୁଆନା) । ମାରିଜୁଆନା ଚାଲାଣ ଅଭିଯୋଗରେ ରାଜ୍ୟ ବାହାରର ୩ ଜଣଙ୍କୁ ଅଟକ ରଖିଛି DRI ଏବଂ କଣ୍ଟମ୍ସ ବିଭାଗ । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି।ସେହିପରି ପୂର୍ବରୁ ଥରେ ୧୭ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏବଂ କଷ୍ଟମ୍ସ ବିଭାଗର ଅଧିକାରୀମାନେ ବ୍ୟାଗରେ ସିକ୍ରେଟ ଚାମ୍ବର ଓ କୁକୁର ଖାଦ୍ୟ ଡବାରୁ ୪ କିଲୋ ୮୭୭ ଗ୍ରାମର ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧.୮୫ କୋଟି ଟଙ୍କା ହେବ । ଏହି ୪ ଜଣ ଅଣଓଡି଼ଆ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking