32.1 C
Bhubaneswar
Saturday, October 17, 2026
Homeଦେଶ ବିଦେଶନଭେମ୍ବରରେ ବଢିପାରେ ପେଟ୍ରୋଲ ଓ ଡିଜେଲ୍ ଦର

ନଭେମ୍ବରରେ ବଢିପାରେ ପେଟ୍ରୋଲ ଓ ଡିଜେଲ୍ ଦର

ନୂଆଦିଲ୍ଲୀ : ନଭେମ୍ବରରେ ଦେଶରେ ବଢ଼ିପାରେ ପେଟ୍ରୋଲ ଏବଂ ଡିଜେଲ ଦର । ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ଏହି ଅନୁମାନ କରାଯାଇଛି । ଏହା ଅନୁସାରେ, ନଭେମ୍ବରରେ ଇନ୍ଧନ ଦରରେ ସାମାନ୍ୟ ବୃଦ୍ଧି ଘଟିପାରେ । ଆଗାମୀ ବର୍ଷ ଆରମ୍ଭରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନ ପାଇଁ ପ୍ରଚାର ଦ୍ରୁତ ହେବା ପୂର୍ବରୁ ପମ୍ପରେ ଦର ବଢ଼ାଇବା ପାଇଁ ଏକ ସୀମିତ ସୁଯୋଗ ମିଳିବ ।

ବ୍ଲୁମ୍ବର୍ଗର ଏକ ରିପୋର୍ଟରେ ଅକ୍ସଫୋର୍ଡ ଇକୋନୋମିକ୍ସର ପ୍ରମୁଖ ଅର୍ଥନୀତିଜ୍ଞ ଆଲେକ୍ଜେଣ୍ଡର ହରମନ ପ୍ରସାଦ କହିଛନ୍ତି ଯେ, ପେଟ୍ରୋଲ ଦରରେ ବୃଦ୍ଧି ସମ୍ଭାବନା ନଭେମ୍ବରରେ ଦେଖାଯାଉଛି । ଏହା ସେତେବେଳେ ହେବ, ଯେତେବେଳେ ଆଗାମୀ ୭ଟି ରାଜ୍ୟରେ ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ଇନ୍ଧନ ଦରରେ ବୃଦ୍ଧି ସମ୍ଭାବନା ରାଜନୈତିକ ମୋଡ଼ ନେଇପାରେ ।ଅକ୍ସଫୋର୍ଡ ଇକୋନୋମିକ୍ସର କହିବାନୁସାରେ, ଏହି ବୃଦ୍ଧି ମେ’ରେ ହୋଇଥିବା ବୃଦ୍ଧିର ଅଧା ହୋଇପାରେ । ମେ’ରେ ମଧ୍ୟପ୍ରାଚ୍ୟରେ ଅଶାନ୍ତି କାରଣରୁ ଖୁଚୁରା ଇନ୍ଧନ ଦର ବଢ଼ିଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏହି ବୃଦ୍ଧି ଦ୍ୱାରା ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୨% ଏବଂ ୨୦୨୭ର ପ୍ରଥମ ତିନି ମାସରେ ଏହା ୬.୫% ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ୨ରୁ ୬% ଦରବୃଦ୍ଧି ଲକ୍ଷ୍ୟଠାରୁ ଅଧିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking