32.1 C
Bhubaneswar
Saturday, October 17, 2026
Homeଦେଶ ବିଦେଶଭୟଙ୍କର ଦୁର୍ଘଟଣା ନେଲା ୮ଜଣଙ୍କର ଜୀବନ

ଭୟଙ୍କର ଦୁର୍ଘଟଣା ନେଲା ୮ଜଣଙ୍କର ଜୀବନ

କୋଟା: ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଯାଉଥିବା ଏକ ଯାତ୍ରୀ ଗାଡ଼ି ସିମିଲିଆ ପୁଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିୟନ୍ତ୍ରଣ ହରାଇ ଗାଡିଟି ଡିଭାଇଡର ଭାଙ୍ଗି ପ୍ରାୟ ୨୦ ଫୁଟ ତଳେ ଥିବା ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସକାଳ ପ୍ରାୟ ୭ଟା ସମୟରେ କରାଡିଆ ଟୋଲ୍ ପ୍ଲାଜା ପାର ହେବା ପରେ ସୁଲତାନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ଯାତ୍ରା ସମୟରେ ନିଦ ଲାଗିବା ଯୋଗୁଁ ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି। ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଯାତ୍ରୀ ସିଧାସଳଖ ଏକ କଲଭର୍ଟରେ ଖସି ପଡ଼ିଥିଲେ। ଧକ୍କା ଏତେ ତୀବ୍ର ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।ସିମାଲିଆ ପୁଲିସ ଷ୍ଟେସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ କୋଟାର ନ୍ୟୁ ମେଡିକାଲ କଲେଜ ହସ୍ପିଟାଲ ଏବଂ ଏମବିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଦୁର୍ଘଟଣାର କାରଣ ବର୍ତ୍ତମାନ ତଦନ୍ତ ଚାଲିଛି। ଏହି ଦୁଃଖଦ ଦୁର୍ଘଟଣା ପରେ ମୃତକଙ୍କ ପରିବାର ଗଭୀର ଶୋକରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking