27.1 C
Bhubaneswar
Friday, October 16, 2026
Homeଓଡିଶାସଂକଳ୍ପପତ୍ର ଆଧାରରେ ଛାତ୍ରମାନଙ୍କ ଦୀର୍ଘଦିନର ଦାବି ପୂରଣ କରିଛି ବିଜେପି: ବିରଂଚି ନାରାୟଣ ତ୍ରିପାଠୀ

ସଂକଳ୍ପପତ୍ର ଆଧାରରେ ଛାତ୍ରମାନଙ୍କ ଦୀର୍ଘଦିନର ଦାବି ପୂରଣ କରିଛି ବିଜେପି: ବିରଂଚି ନାରାୟଣ ତ୍ରିପାଠୀ

ଭୁବନେଶ୍ୱର: ଗତ ବିଜେଡି ସରକାର ଅମଳରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଥିଲା। ଛାତ୍ର ସମାଜ ଭିତରୁ ନେତୃତ୍ୱ ବିକାଶର ବାଟକୁ ବନ୍ଦ କରି ସେମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଥିଲେ ପୂର୍ବତନ ବିଜେଡି ସରକାର। ଏନେଇ ଭାରତୀୟ ଜନତା ପାର୍ଟି ଗତ ନିର୍ବାଚନ ସମୟରେ ତାର ସଂକଳ୍ପ ପତ୍ରରେ ସଂକଳ୍ପ ନେଇଥିଲା ଯେ, ଭାରତୀୟ ଜନତା ପାର୍ଟି ଯେତେବେଳେ ଓଡ଼ିଶାବାସୀଙ୍କର ସେବା କରିବା ପାଇଁ ସୁଯୋଗ ପାଇବ, ସେତେବେଳେ ଛାତ୍ର ସଂସଦର ନିର୍ବାଚନ କରିବ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଆସିଲା ପରେ ଉକ୍ତ ସଂକଳ୍ପପତ୍ର ଆଧାରରେ ଛାତ୍ରମାନଙ୍କ ଦୀର୍ଘଦିନର ଦାବି ପୂରଣ କରିଛି। ସେମାନଙ୍କୁ ତାଙ୍କ ଅଧିକାର ପ୍ରଦାନ କରାଯାଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁନର୍ବାର ସଫଳତାର ସହ ଛାତ୍ର ସଂସଦ ନିର୍ବାଚନ ଗତକାଲି ସଂପୂର୍ଣ୍ଣ ହୋଇଛି। ଏହା କେବଳ ମହାବିଦ୍ୟାଳୟର ନିର୍ବାଚନ ନୁହେଁ, ବରଂ ଏହା ହେଉଛି ପ୍ରକୃତ ଗଣତନ୍ତ୍ରର ବିଜୟ ଏବଂ ରାଜ୍ୟର ଛାତ୍ର ସମାଜର ବିଜୟ। ଏହି ସଫଳ ନିର୍ବାଚନ ରାଜ୍ୟର ଛାତ୍ର ସମାଜ ମଧ୍ୟରେ ଏକ ନୂତନ ଉତ୍ସାହ ଏବଂ ଆଶା ସଂଚାର କରିଛି । ନିର୍ବାଚିତ ହୋଇଥିବା ସମସ୍ତ ଛାତ୍ର ପ୍ରତିନିଧିଙ୍କୁ ବିଜେପିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । କ୍ୟାମ୍ପସଗୁଡ଼ିକରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ନେତୃତ୍ୱ ଗଠନର ଏହି ମହାନ ପରମ୍ପରାକୁ ପୁନର୍ଜୀବିତ କରିଥିବାରୁ ରାଜ୍ୟ ବିଜେପି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛୁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ଏହି ନିର୍ବାଚନ କେବଳ ଏକ ପ୍ରକ୍ରିୟା ନ ଥିଲା ବରଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଥିଲା ଏକ ମହାନ ଗଣତାନ୍ତ୍ରିକ ପର୍ବ। ଆଜିର ଛାତ୍ର କାଲି ନେତୃତ୍ୱ ନେବ। ସେମାନେ ଓଡ଼ିଶାର ଓ ଭାରତବର୍ଷର ଭବିଷ୍ୟତ । ସେହି ନେତୃତ୍ୱ ନେବାର ଶିକ୍ଷା ଛାତ୍ର ସଂସଦ ନିର୍ବାଚନରୁ ମିଳିଥାଏ ଏବଂ ଛାତ୍ର ସଂସଦ ନିର୍ବାଚନରୁ ବିଜୟୀ ହେଲା ପରେ କଲେଜର ବା ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟମାନଙ୍କର ବିକାଶରେ ମଧ୍ୟ ସେମାନେ ସହଭାଗୀ ହେଇଥାନ୍ତି। ଛାତ୍ରମାନଙ୍କର ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ସେମାନେ ସବୁବେଳେ ଚେଷ୍ଟା କରିଥାନ୍ତି। ସେ କାର୍ଯ୍ୟ ଦୀର୍ଘଦିନ ହେବ ବନ୍ଦ ଥିଲା। ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଗଠନ ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ପୁନର୍ଜୀବିତ କରିଥିବାରୁ ରାଜ୍ୟ ବିଜେପି ପକ୍ଷରୁ ପୁନର୍ବାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଶ୍ରୀ ତ୍ରିପାଠୀ ଅନ୍ତରରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

କ୍ୟାମ୍ପସଗୁଡ଼ିକରେ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ଶୃଙ୍ଖଳାର ସହ ଛାତ୍ରଛାତ୍ରୀମାନେ ଏହି ପର୍ବରେ ସାମିଲ ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଯେଉଁଭଳି ଭାବେ ରାଷ୍ଟ୍ରବାଦୀ ଛାତ୍ର ସଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ସମଗ୍ର ଓଡ଼ିଶାରେ ବିପୁଳ ବିଜୟ ହାସଲ କରିଛି, ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଆଜିର ଯୁବପିଢ଼ି ରାଷ୍ଟ୍ରବାଦ, ବିକାଶ ଏବଂ ସକାରାତ୍ମକ ଚିନ୍ତାଧାରା ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଓଡ଼ିଶାର ଛାତ୍ର ସମାଜ ଭିତରେ ରାଷ୍ଟ୍ରବାଦୀ ଚିନ୍ତାଧାରାର ଯେଉଁ ପ୍ରକାର ଅଭିବୃଦ୍ଧି ଘଟିଛି ତାହାକୁ ଓଡ଼ିଶାବାସୀ ଏବଂ ଓଡ଼ିଶା ଛାତ୍ର ସମାଜ ଗ୍ରହଣ କରିଛନ୍ତି। ରାଜ୍ୟର ଯୁବକମାନଙ୍କୁ ଦକ୍ଷ ଏବଂ ଦାୟିତ୍ୱ ସମ୍ପନ୍ନ ଭବିଷ୍ୟତର ନାଗରିକ ଭାବେ ଗଢ଼ିତୋଳିବା ଦିଗରେ ରାଜ୍ୟ ସରକାରଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ। ଏହି ନୂତନ ନେତୃତ୍ୱଗଣ ଛାତ୍ରସମାଜର ସମସ୍ୟା ସମାଧାନ ଏବଂ ଶିକ୍ଷାର ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ତ୍ରିପାଠୀ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଓ ଶ୍ରୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking