ଭୁବନେଶ୍ୱର: ଅଧରାତିର ଛକାପଞ୍ଝା ଭିତରେ ଆସିଲା ବାଣୀବିହାର ନିର୍ବାଚନ ଫଳାଫଳ । ବାଣୀ ବିହାର ଜିତିଲା ଏବିଭିପି । ପ୍ରକାଶ ପାଇଲା ବାଣୀବିହାର ଛାତ୍ର ସଂସଦ ଫଳାଫଳ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ହାତେଇଲା ଏବିଭିପି ହତେଇଲା ସଭାପତି ଓ ସାଧାରଣ ସଂପାଦକ ପଦ । ଏବିଭିପି ପ୍ରାର୍ଥୀ ଅଭିରାମ ମିଶ୍ର ସଭାପତି ଭାବେ ବିଜୟୀ ହୋଇଛନ୍ତି । ସେହିପରି ଏବିଭିପିର ଆୟୁଶ୍ରୀ ପ୍ରଧାନ, ସାଧାରଣ ସଂପଦକ ଭାବେ ବାଜିମାତ କରିଛନ୍ତି ।ସେପଟେ ଉପସଭାପତି ଭାବେ ଏନଏସୟୁଆଇ ଓ ଏଆଇଏସଏଫ ପ୍ରାର୍ଥୀ ପପୁ ରାଉତ ବିଜୟୀ ହୋଇଛନ୍ତି । ରାଜ୍ୟ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଆସିଥିଲା । ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଶଳୟରେ ଫଳାଫଳ ବିଳମ୍ୱିତ ରାତିରେ ପ୍ରକାଶ ପାଇଛି ।










