32.1 C
Bhubaneswar
Monday, October 12, 2026
Homeଓଡିଶାଇଂରାଜୀ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ ତାଲିମ୍ ନେବେ...

ଇଂରାଜୀ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ ତାଲିମ୍ ନେବେ ୧୧୨ ପିଜିଟି

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୧୨ ଜଣ ଇଂରାଜୀ ବିଷୟର ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ବିନିତା ସେନାପତି, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଓସେପା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଭୂଷଣ ସମର୍ଥ, ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ଶ୍ରୀମତୀ ସି. ଏଚ୍. ବିଜୟଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ବିନିତା ସେନାପତି ଶିକ୍ଷକତା କାର୍ଯ୍ୟକୁ ଗୁରୁତ୍ୱର ସହ ନେବାକୁ ଉପଦେଶ ଦେଇଥିଲେ । ୪୫ ମିନିଟ୍ ର ଶ୍ରେଣୀଗୃହ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କୁ ପ୍ରସ୍ତୁତି କରିବାକୁ ପଡ଼ିଥାଏ ଏଵଂ ଏହି ତାଲିମ୍ କାର୍ଯ୍ଯକ୍ରମ ସେହି ପ୍ରସ୍ତୁତିକୁ ଉନ୍ନତ କରିଥାଏ ବୋଲି ମତ ପ୍ରକାଶ କରିଛନ୍ତି । ସେହିପରି ଓସେପା ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ହିଂମାଶୁ ଭୂଷଣ ସମର୍ଥ ଶିକ୍ଷକମାନଙ୍କୁ ଦେଶର ଭବିଷ୍ୟତ ଗଠନର ରୂପକାର ବୋଲି ମତବ୍ୟକ୍ତ କରିଛନ୍ତି । ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ ସହ ସାମୁହିକ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।କାର୍ଯ୍ୟକ୍ରମରେ ଯୋଗ ଦେଇ ୟୁନିସେଫ୍ ଶିକ୍ଷା ବିଶେଷଜ୍ଞ ଶ୍ରୀମତୀ ଲଳିତା ପଟ୍ଟନାୟକ କିଶୋରାବସ୍ଥାରେ ଶିକ୍ଷା ଗ୍ରହଣର ଗୁରୁତ୍ୱ ସମ୍ପର୍କରେ ସୂଚାଇ ଥିଲେ । ସେମାନଙ୍କ ଅଧିକାରକୁ ଜାଣିବା ଓ ସମସ୍ୟାର ସମାଧାନ କରିବା ଉପରେ ଗୁରୁତ୍ୱ ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି । ସେହିପରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି ସ୍ବାଗତ ଅଭିଭାଷଣ ରଖିବା ସହ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପନିର୍ଦ୍ଦେଶିକା ସି.ଏଚ୍.ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking