32.1 C
Bhubaneswar
Monday, October 12, 2026
Homeଦେଶ ବିଦେଶ‘ସାରା ଦେଶ ପାଲଟିବ ଜନ୍ତରମନ୍ତର’: ସରକାରଙ୍କୁ ଦିପକେଙ୍କ କଡ଼ା ଜବାବ

‘ସାରା ଦେଶ ପାଲଟିବ ଜନ୍ତରମନ୍ତର’: ସରକାରଙ୍କୁ ଦିପକେଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନକୁ ନେଇ ବଡ଼ ପରିବର୍ତ୍ତନ। ଏଣିକି ଜନ୍ତରମନ୍ତର ଆଉ ରହିବନି ଧାରଣା ଓ ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନ। ଦିଲ୍ଲୀ ପୋଲିସ ଜନ୍ତରମନ୍ତରକୁ ସରକାରୀ ଅନୁମୋଦିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦେଇଛି। ଏହା ବଦଳରେ ତିନୋଟି ନୂଆ ସ୍ଥାନ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଉଛି ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗଠିତ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।  ଅନ୍ୟପଟେ ଏହି ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କକ୍ରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେ। ସେ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି, ଜନ୍ତରମନ୍ତରକୁ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଇ ଦିଆଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ଜଣେ ଭୀରୁ ଏକଛତ୍ରବାଦୀ ଜନ୍ତରମନ୍ତରକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ‘ଏବେ ସାରା ଦେଶ ଜନ୍ତରମନ୍ତର ପାଲଟିବ’ ବୋଲି ଦିପକେ ଚେତାବନୀ ଦେଇଛନ୍ତି। ଦୀର୍ଘବର୍ଷ ଧରି ଜନ୍ତରମନ୍ତର ଦେଶର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ, ଛାତ୍ର ଏବଂ ଆନ୍ଦୋଳନକାରୀଙ୍କ ପ୍ରତିବାଦର ପ୍ରମୁଖ କେନ୍ଦ୍ର ରହିଆସିଛି। ଏଠାରେ ଅନେକ ବଡ଼ ଆନ୍ଦୋଳନ ଓ ସରକାର ବିରୋଧୀ ବିକ୍ଷୋଭ ହୋଇଛି। ଏବେ ଏହାକୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ହଟାଯିବା ପରେ ଗଣତାନ୍ତ୍ରିକ ଅଧିକାର ଏବଂ ପ୍ରତିବାଦର ସ୍ୱାଧୀନତାକୁ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking