32.1 C
Bhubaneswar
Monday, October 12, 2026
Homeଦେଶ ବିଦେଶସିଇସି ହଟିବା ଯାଏଁ ଆନ୍ଦୋଳନ: ରାହୁଲ

ସିଇସି ହଟିବା ଯାଏଁ ଆନ୍ଦୋଳନ: ରାହୁଲ

ନୂଆଦିଲ୍ଲୀ : ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ସମେତ ବିରୋଧୀ ଦଳ। ସୋମବାର (୧୨ ଅକ୍ଟୋବର) ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେଇ ଏହି ପ୍ରସଙ୍ଗରୁ ହଟିଯିବାକୁ ଆହୱାନ ଦେଇଛନ୍ତି। ଏପରିକି ସେ ଆପ୍ରୁଭର (ସରକାରୀ ପକ୍ଷର ସାକ୍ଷୀ) ହୋଇଯିବାକୁ କହିବା ସହ ଭୁଲ କରିଥିଲେ ମଧ୍ୟ ତାଙ୍କୁ କ୍ଷମା କରାଯାଇପାରେ ବୋଲି କହିଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ଜ୍ଞାନେଶ କୁମାରଙ୍କ ପାଖକୁ ମୋର ବାର୍ତ୍ତା ଯାଉଛି। ସେ ମଧ୍ୟ ପ୍ରେସ କନଫରେନ୍ସ ଦେଖୁଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି, ଆପଣ ଆପ୍ରୁଭର ହୋଇଯାଆନ୍ତୁ। ଆପଣ ଭୁଲ କରିଛନ୍ତି, ଇସ୍ତଫା ଦେଇ ପଦରୁ ହଟିଯାଆନ୍ତୁ। ହୁଏତ ଏହାପରେ ଆମେ ଆପଣଙ୍କୁ କ୍ଷମା କରିଦେଇପାରୁ।

ସେ ଆହୁରି କହିଛନ୍ତି ଯେ ତାଙ୍କ ମତରେ ଜ୍ଞାନେଶ କୁମାର ମୁଖ୍ୟ ଅପରାଧୀ ନୁହନ୍ତି। ତାଙ୍କ ଉପରେ ଚାପ ଥାଇପାରେ। ତେଣୁ ସେ ଆଗକୁ ଆସି ସତ କହିବା ଉଚିତ। ରାହୁଲ କହିଛନ୍ତି, ଆମେ ଲୋକଙ୍କୁ କ୍ଷମା କରୁ। ଆମେ କ୍ରୂର ନୁହେଁ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଭୋଟ ଚୋରି ବିରୋଧରେ ଗତ ୪-୫ ଦିନ ଧରି ଜନଆନ୍ଦୋଳନ ଦେଖିବାକୁ ମିଳୁଛି। କିନ୍ତୁ ଏହା ବିରୋଧରେ ପ୍ରତିରୋଧ ବହୁ ପୂର୍ବରୁ ଆରମ୍ଭ ହୋଇଥିଲା। ଗତ ୧୦ରୁ ୧୨ ବର୍ଷ ଧରି ଏହି ପ୍ରତିରୋଧ ଜାରି ରହିଥିବା ବେଳେ ଏବେ ତାହା ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking