32.1 C
Bhubaneswar
Sunday, October 11, 2026
Homeଦେଶ ବିଦେଶସିଜେପି ବିକ୍ଷୋଭ ମାମଲା: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

ସିଜେପି ବିକ୍ଷୋଭ ମାମଲା: ଆଜି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି

ସିଜେପିର ବିକ୍ଷୋଭ, ନିର୍ବାଚନ ଆୟୋଗ, ଏସ୍‌ଆଇଆର୍‌, ମେଟ୍ରୋ ସେବା ବନ୍ଦ ଏବଂ ପ୍ରଦର୍ଶନକାରୀଙ୍କ ଗିରଫଦାରୀକୁ ନେଇ ଆଜି ସ୍ୱତନ୍ତ୍ର ଶୁଣାଣି କରିବେ ସୁପ୍ରିମକୋର୍ଟ । ଛୁଟି ଦିନ ସତ୍ତ୍ୱେ ଦିଲ୍ଲୀରେ ସିଜେପିର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ସାର୍ବଜନୀନ ପରିବହନ ଉପରେ ଲାଗୁ ହୋଇଥିବା କଟକଣାକୁ ନେଇ ଦାଖଲ ଦୁଇଟି ପିଟିସନ୍‌ର ଶୁଣାଣି ହେବ। ପ୍ରଥମ ପିଟିସନ୍‌ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗରେ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରାଯାଇଛି। ଦ୍ୱିତୀୟଟି ହେଉଛି ହେବିଅସ୍‌ କର୍ପସ୍‌ ପିଟିସନ୍‌। ଏଥିରେ ବିରୋଧୀ ନେତା, ଓକିଲ ଓ ସାମ୍ବାଦିକଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରାଯାଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜୟମାଲ୍ୟ ବାଗଚି ଓ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି। ପିଟିସନ୍‌ରେ ଅଭିଯୋଗ କରାଯାଇଛି ଯେ, ଅକ୍ଟୋବର ୯ ତାରିଖରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀର କିଛି ମେଟ୍ରୋ ଷ୍ଟେସନ୍‌ ବନ୍ଦ ରଖାଯାଇଥିଲା ଏବଂ ଟ୍ରେନ୍‌ ସେବାକୁ ସୀମିତ କରାଯାଇଥିଲା। ବିକ୍ଷୋଭ ଯୋଗୁଁ ମେଟ୍ରୋ ଓ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ କରାଯିବ ନାହିଁ ଏବଂ ସାଧାରଣ ନାଗରିକଙ୍କୁ ଅନାବଶ୍ୟକ ହଇରାଣ କରାଯିବ ନାହିଁ ବୋଲି କୋର୍ଟ ପୂର୍ବରୁ କହିଥିବା ପିଟିସନ୍‌ରେ ଦର୍ଶାଯାଇଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking