29.1 C
Bhubaneswar
Saturday, October 10, 2026
Homeଓଡିଶାଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

ଆଜି ଭୁବନେଶ୍ଵରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କଲେଜ ନିର୍ବାଚନ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକରେ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ କଲେଜ ପରିସରରେ ହିଂସା ରୋକିବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଏବଂ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା, ନିର୍ବାଚନ ପରବର୍ତ୍ତୀ ହିଂସା ରୋକିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ।

କଲେଜରେ କୌଣସି ହିଂସାତ୍ମକ ଘଟଣା ଘଟିବା ପରେ ପଦକ୍ଷେପ ନେବା ଅପେକ୍ଷା ଆଗୁଆ ସତର୍କତା ଅବଲମ୍ବନ କରି ହିଂସାକୁ ରୋକିବା ଉପରେ ପୋଲିସ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଡିଜିପି କହିଥିଲେ। ଏଥିପାଇଁ ପୋଲିସ ଅଧିକାରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସହ ଉତ୍ତେଜନାର ସମ୍ଭାବନା ଥିବା ସ୍ଥାନ ଓ ପରିସ୍ଥିତି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଗୁରୁତ୍ୱ ଦେଇଥିଲେ । ଆବଶ୍ୟକସ୍ଥଳେ ତୁରନ୍ତ ହସ୍ତକ୍ଷେପ କରି ହିଂସା ରୋକିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କଲେଜ ନିର୍ବାଚନ ସମୟରେ ସମ୍ବେଦନଶୀଳ ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ଅନୁଯାୟୀ ପୋଲିସ ଫୋର୍ସ ମୁତୟନ କରିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଥିଲେ। ନିର୍ବାଚନ ସମ୍ପର୍କିତ ଯେକୌଣସି ଉତ୍ତେଜନା କିମ୍ବା ବିବାଦକୁ ଗମ୍ଭୀରତାର ସହ ନେଇ ଆଇନ ଅନୁଯାୟୀ ତ୍ୱରିତ ପଦକ୍ଷେପ ନେବାକୁ ସେ କହିଥିଲେ। ଉକ୍ତ ବୈଠକରେ, ନିର୍ଦ୍ଦେଶକ(ଗୁଇନ୍ଦା) ଶ୍ରୀ ଆର.ପି.କୋଚେ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ଶ୍ରୀ ରାଜେଶ କୁମାର, ଅତିରିକ୍ତ ପୋଲିସ କମିଶନର (ଭୁବନେଶ୍ଵର-କଟକ) ଶ୍ରୀ ନରସିଂହ ଭୋଳଙ୍କ ସମେତ ରାଜ୍ୟର ସମସ୍ତ ରେଞ୍ଜ ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking