29.1 C
Bhubaneswar
Saturday, October 10, 2026
Homeଓଡିଶାରାହୁଲ ଗାନ୍ଧୀ, ମଣିପୁର କଂଗ୍ରେସ ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କଲା...

ରାହୁଲ ଗାନ୍ଧୀ, ମଣିପୁର କଂଗ୍ରେସ ସାଂସଦ ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ୍କାର କରିଛି। ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି କଂଗ୍ରେସର କେନ୍ଦ୍ରୀୟ ଏବଂ ଓଡ଼ିଶାର ନେତୃମଣ୍ଡଳୀ ଚୁପ ବସିଛନ୍ତି। ନାରୀ ସଶକ୍ତୀକରଣ କଥା କହୁଥିବା ରାହୁଲ ଗାନ୍ଧୀଙ୍କ ଏପରି ଦୋମୁହାଁ ନୀତି ବିରୋଧରେ ଆଜି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନ ଆଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ରାହୁଲ ଗାନ୍ଧୀ ଓ ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ଏଥିସହ କଂଗ୍ରେସର ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ନାରାବାଜି କରାଯାଇଥିଲା। ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ପ୍ରବୀଣା ଭଞ୍ଜଦେଓ, ଉପସଭାନେତ୍ରୀ ଅନୁଜାନନ୍ଦ ବିଶ୍ୱାଳ, ସାବିତ୍ରୀ ରାଉତ, ସମ୍ପାଦିକା ସୁଭାସିନୀ ବଳ, ଗୀତାରାଣୀ ବେହେରା, ଜୟାଲକ୍ଷ୍ମୀ ମଲ୍ଲିକ, ସୁମିତ୍ରା ଆଚାର୍ଯ୍ୟ, ଇତିଶ୍ରୀ ଦାସଙ୍କ ସମେତ ବହୁ ବରିଷ୍ଠ ମହିଳା ନେତ୍ରୀ ଓ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking