ସାଲେପୁର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୨ ଜୀବନ । କଟକ ଚାନ୍ଦବାଲି ରାସ୍ତାର ଚାଣକ୍ୟ ହୋଟେଲ ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ଖବର ଅନୁଯାୟୀ, ଶନିବାର ସକାଳୁ ସକାଳୁ କଟକ ଚାନ୍ଦବାଲି ରାସ୍ତାରେ ଥିବା ଚାଣକ୍ୟ ହୋଟେଲ୍ ସମ୍ମୁଖରେ ଘଟିଲା ଭୟଙ୍କର ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ବାଇକରେ ଥିବା ଦୁଇ ଜଣ ଛିଟ୍କି ପଡିଥିଲେ । ଏହାପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଅନ୍ୟପଟେ ଏବେ ଯାଏଁ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କର ପରିଚୟ ମିଳିନାହିଁ । କିଛି ସମୟ ପାଇଁ ରାସ୍ତାରେ ଯାନବାହନ ଅଟକି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ସେହିପରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।










