32.1 C
Bhubaneswar
Friday, October 9, 2026
Homeଦେଶ ବିଦେଶପୁରୁଣା ବିସ୍ଫୋରକ ନଷ୍ଟ ବେଳେ ଅଘଟଣ: ୪ ଯବାନ ଆହତ

ପୁରୁଣା ବିସ୍ଫୋରକ ନଷ୍ଟ ବେଳେ ଅଘଟଣ: ୪ ଯବାନ ଆହତ

ରାୟପୁର : ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଉଥିବା ସମୟରେ ଏକ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଯବାନ ଆହତ ହୋଇଛନ୍ତି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭେଜି ପୁଲିସ ଷ୍ଟେସନ ପରିସରଭୁକ୍ତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।କୋଣ୍ଟା ରେଞ୍ଜ ଅଧୀନରେ ଥିବା ଏହି ସୁରକ୍ଷା କ୍ୟାମ୍ପଗୁଡ଼ିକୁ ଯାଞ୍ଚ କରିବା ଏବଂ ପୁରୁଣା ବିସ୍ଫୋରକ ନଷ୍ଟ କରିବା ପାଇଁ ଜଗଦଲପୁରରୁ ସିଆରପିଏଫର ୫୦ତମ ବାଟାଲିୟନର ଏକ ଅମ୍ୟୁନିସନ ଟେକ୍ନିକାଲ ଟିମ୍ ଆସିଥିଲା । ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ଅନୁସରଣ କରି କ୍ୟାମ୍ପଠାରୁ ପ୍ରାୟ ୨୦୦ ମିଟର ଦୂର ନାଳ ନିକଟରେ ଏହି କାର୍ଯ୍ୟ ଚାଲିଥିବା ବେଳେ ହଠାତ ଏକ ବିସ୍ଫୋରକ ଛିଟିକି ପଡ଼ି ନିକଟରେ ବିସ୍ଫୋରଣ ଘଟିଥିଲା । ଆହତ ଯବାନମାନଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ କୋଣ୍ଟାସ୍ଥିତ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ଦୁଇ ଯବାନଙ୍କୁ ଉନ୍ନତମାନର ଚିକିତ୍ସା ପାଇଁ ଅନ୍ୟ ଏକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking