31.1 C
Bhubaneswar
Thursday, October 8, 2026
Homeଓଡିଶାବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ

ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ

ଯାଜପୁର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବଡ ଆକ୍ସନ । ଅପ୍ରିତୀକର ପରିସ୍ଥିତି ଉପୁଜିବାରୁ ଲଢିପାବିବେନି ନିର୍ବାଚନ । ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ଥଗିତ । ବୋମା ମାଡ ପରେ ଛାତ୍ର ସଂସଦ ନିର୍ବାଚନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି କଲେଜ ଅଧ୍ୟକ୍ଷ । ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ସାଇନ-ଏ-ଡାଏ ଘୋଷଣା କରାଗଲା । ଏଥି ସହ ଆସନ୍ତାକାଲି ସକାଳ ସୁଦ୍ଧା ପିଲାଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ଗତକାଲି ରାତିରେ ପ୍ରିନ୍ସପାଲଙ୍କ ଚାମ୍ବରରେ ବୋମାମାଡ ହୋଇଥିଲା ।ଏହି ଖବର ପ୍ରିନ୍ସପାଲ ତୁତନ୍ତ ଯାଜପୁର ରୋଡ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଂଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ । ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking