ସମ୍ବଲପୁର: ଆତ୍ମହତ୍ୟା ଭଣ୍ଡୁର କଲା ପୁଲିସ । ସମ୍ବଲପୁର ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁବାକୁ ଚେଷ୍ଟା କରୁଥିବା ଯୁବତୀଙ୍କ ଜୀବନ ବଞ୍ଚାଇଲା ପୁଲିସ । ସମ୍ବଲପୁର ଟାଉନ ପୋଲିସ ତାଙ୍କୁ ଉଦ୍ଧାର କରିଛି । ବ୍ରିଜ ଉପରେ ଏକ ପୋଲିସ ପୋଷ୍ଟ ତିଆରି ହୋଇଥିବା ବେଳେ ପୋଲିସ ବ୍ରିଜ ଉପରେ ନଜର ରଖିଛି। ଯୁବତୀ ଜଣକ କୌଣସି କାରଣରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ କର୍ମଚାରୀଙ୍କ ନଜରରେ ପଡ଼ିଥିଲେ । ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇଥିଲା । ଫଳରେ ଏକ ବଡ଼ ଅଘଟଣ ଟଳିଯାଇଛି । ଏବେ ପୁଲିସ ଏହା ପଛର କାରଣ ଖୋଜୁଛି ।










