ଭୁବନେଶ୍ବର: ଓଡ଼ିଶା ଇତିହାସର ଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲା । ଅଭିଯୁକ୍ତ ବୁଦ୍ଧଦେବ ନାୟକ ଓରଫ ବୁଦ୍ଧିଆକୁ ମିଳିଲା ଜାମିନ । ଏ ଥିଲା ହତ୍ୟାକାଣ୍ଡ ମାମଲାର ଶେଷ ଅଭିଯୁକ୍ତ ।ସିବିଆଇ ବୁଦ୍ଧିଆକୁ ପଳାତକ ଘୋଷଣା କରିଥିଲା । ପରେ ଅଭିଯୁକ୍ତ ୨୦୧୯ ମସିହାରେ ଗିରଫ ହୋଇଥିଲା ।ଗିରଫର ୭ ବର୍ଷ ପରେ ମିଳିଲା ଜାମିନ।ଭୁବନେଶ୍ୱର ଏଡିଜେ ୪ କୋର୍ଟରୁ ମିଳିଲା ଜାମିନ ।
ସୂଚନାଯୋଗ୍ୟ ଯେ, , ୧୯୯୯ ମସିହା ଜାନୁଆରୀ ୨୨ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେଘଟିଥିଲା ଗ୍ରାହାମ୍ ଷ୍ଟେନ୍ସ ହତ୍ୟାକାଣ୍ଡ ।ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କୁଗାଡ଼ି ଭିତରେ ଜୀବନ୍ତପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା ।










