34.1 C
Bhubaneswar
Wednesday, October 7, 2026
Homeଓଡିଶା୬ ଲେନ୍ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

୬ ଲେନ୍ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

ପୁରୀ: ପୁରୀ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତ କରୁଥିବା ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୁରୀ ଯାତ୍ରା ଆହୁରି ସହଜ ଏବଂ ସୁବିଧାଜନକ ହେବାକୁ ଯାଉଛି । ଜାତୀୟ ରାଜପଥ-୩୧୬ ଏବେ ୬ ଲେନ୍ ବିଶିଷ୍ଟ ହେବାକୁ ଯାଉଛି। ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ପରୀକ୍ଷାମୂଳକ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି। ମାଟିର ମାନ ପରୀକ୍ଷା କରୁଛନ୍ତି ବିଶେଷଜ୍ଞ ଦଳ। ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ପୂର୍ବରୁ ବୈଷୟିକ ଅନୁଧ୍ୟାନ ଚାଲିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ୨୦ରୁ ଅଧିକ ସ୍ୱତନ୍ତ୍ର ଟିମ୍ ଏବଂ ୬୦ରୁ ଅଧିକ ଅଭିଜ୍ଞ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଉଚ୍ଛେଦ ପ୍ରକ୍ରିୟା ପାଇଁ ପୂର୍ବରୁ ନୋଟିସ୍ ଜାରି କରିସାରିଛି ଏନ୍‌ଏଚ୍‌ଏଆଇ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଟ୍ରାଫିକ ସମସ୍ୟା ଦୂର ହେବା ସହ ଯାତ୍ରା ସମୟ ବହୁତ କମିଯିବ। ବିଶେଷକରି ରଥଯାତ୍ରା ସମୟରେ ଗାଡି ମଟରର ଅଟକୁଥିବା ସମୟ ହ୍ରାସ ପାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking