34.1 C
Bhubaneswar
Tuesday, October 6, 2026
Homeଓଡିଶାବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ନିର୍ବାହୀ ଯନ୍ତ୍ରୀ ଗିରଫ

ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ବେତନଟି ଆର୍‌ ଆଣ୍ଡ୍‌ ବି ସବ୍‌ ଡିଭିଜନର ଏକଜିକ୍ୟୁଟିଭ୍‌ ଇଂଜିନିୟର ଅରବିନ୍ଦ ମହାନ୍ତି । ଗତକାଲିଠାରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଅରବିନ୍ଦଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଜାରିରଖିଛି ଭିଜିଲାନ୍ସ । ଏଥିସହ ଆଜି ଅରବିନ୍ଦଙ୍କୁ ଗିରଫ କରାଯାଇଛି । ଗତକାଲି ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଓଡ଼ିଶା ଭିଜିଲାନ୍ସ । ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅଧୀନ କାଞ୍ଚିଲୋ ଘରେ ଭିଜିଲାନ୍ସ ରେଡ୍‌ ଜାରିରହିଥିଲା । ଏହି ଚଢ଼ାଉ ସମୟରେ ଘରୁ ମିଳିଛି ନଗଦ ଅଢେଇ ଲକ୍ଷ ଟଙ୍କା। ଜମି କାଗଜପତ୍ର, ଲିଜ ଏଗ୍ରିମେଣ୍ଟ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଜବତ କରାଯାଇଛି । ଏହାପରେ ଅରବିନ୍ଦଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking