ଭୁବନେଶ୍ୱର: ଭୋଟର ତାଲିକାର ସ୍ପେସିଆଲ ଇଣ୍ଟେନ୍ସିଭ ରିଭିଜନକୁ ନେଇ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ଘେରିଲା ଯୁବ କଂଗ୍ରେସ । ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୋଲିସ ଏ କଂଗ୍ରେସ କର୍ମୀଙ୍କ ସହ ଧସ୍ତା ଧସ୍ତି ପରିସ୍ଥିତି ଉପୁଜି ସିଇସିଙ୍କ ଇସ୍ତଫା ଦାବି ନେଇ ଘେରାଉ କରିଛି ଯୁବ କଂଗ୍ରେସ । ଅନ୍ୟପଟେ ନୂଆଦିଲ୍ଲୀରେ ଇଣ୍ଡିମେଣ୍ଟରେ ୧୯ଟି ବିରୋଧୀ ଦଳ ମିଶି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।










