31.1 C
Bhubaneswar
Saturday, October 3, 2026
Homeଓଡିଶାଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପିର ନୂତନ ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଦୁଇ ଦିନିଆ ଓଡିଶା ଗସ୍ତରେ ବିଜେପିର ନୂତନ ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଆଜି ବିଜେପିର ନୂତନ ଓଡିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ତାଙ୍କ ସହ ସହ ପ୍ରଭାରୀ ସ୍ୱଦେଶ ସିଂହ ବି ଆସିଛନ୍ତି । ଉଭୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଉଭୟଙ୍କର ନୂତନ ନୂତନ ଓଡିଶା ପ୍ରଭାରୀ ଓ ସହ ପ୍ରଭାରୀ ଦାୟିତ୍ୱ ପାଇବା ପରେ ପ୍ରଥମ ଓଡିଶା ଗସ୍ତ । ଏହି ଗସ୍ତ ସମୟରେ ଦୁହେଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏହାଛଡା ଓଡିଶାର ୩୭ଟି ସାଙ୍ଗଠନିକ ଜିଲ୍ଲାର ପ୍ରଭାରୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବାର ସୂଚନା ରହିଛି ।

ତେବେ ଭୁବନେଶ୍ୱରରେ ପହଞ୍ଚିବା ପରେ ସହପ୍ରଭାରୀ ସ୍ୱଦେଶ ସିଂ କହିଛନ୍ତି, ପାର୍ଟିକୁ ମଜବୁତ କରିବା ହିଁ ଆମର ଏକମାତ୍ର ମିଶନ। ଦଳକୁ ଶକ୍ତିଶାଳୀ କରିବା ସହିତ ସାଧାରଣ ଲୋକଙ୍କ ପାଇଁ କାମ କରିବା ଆମର ଲକ୍ଷ୍ୟ।  ସମସ୍ତଙ୍କ ସହ ବସି ଆଲୋଚନା କରିବି ଏବଂ ସମସ୍ତେ ମିଶି ଦଳକୁ ଆହୁରି ମଜବୁତ କରିବା ପାଇଁ କାମ କରିବୁ। ମୁଁ ନିଜେ  ଯୁବ ମୋର୍ଚ୍ଚାରେ କାମ କରିଛି, ଛାତ୍ର ପରିଷଦରେ  କାମ କରିଛି। ଯୁବ ସମାଜ ଆମ ସହିତ ଦୃଢ଼ ଭାବେ ଠିଆ ହୋଇଛି। ଆଜି ସାରା ଦେଶର ଯୁବ ସମାଜ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଏକାଠି ହୋଇଛି ଏବଂ ଆମ ସରକାର କରିଥିବା କାମକୁ ସମର୍ଥନ କରୁଛି।ଡି. ପୁରନ୍ଦେଶ୍ୱରୀ ପୂର୍ବରୁ ମଧ୍ୟ ଓଡ଼ିଶା ବିଜେପିର ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking