33.1 C
Bhubaneswar
Friday, October 2, 2026
Homeଦେଶ ବିଦେଶଫ୍ଲାଏଦୁବାଇ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ମାନିଲା ୟୁଏଇ

ଫ୍ଲାଏଦୁବାଇ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ମାନିଲା ୟୁଏଇ

ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଜଣେ ବରିଷ୍ଠ ଅଧିକାରୀ ଫ୍ଲାଏଦୁବାଇ ବିମାନ ଏଫ୍‌ଜେଡ୍‌୧୦୭୩ରେ ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି କହିଛନ୍ତି। ଏହାସହିତ ମଝି ଆକାଶରେ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛର ଯେପରି ଭାବେ ସହ-ପାଇଲଟଙ୍କ ଛୁରାମାଡ଼ ପରେ ବି ବିମାନକୁ ସୁରକ୍ଷିତ ରଖିବାକୁ ଲଢ଼ିଥିଲେ ତା’ର ପ୍ରଶଂସା କରିଛନ୍ତି। ୟୁଏଇ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଅନୱର ଗାରଗାସ୍‌ କହିଛନ୍ତି, ମାଚ୍ଛର ଦୃଢ଼ତାର ସହିତ ଲଢ଼ି ଆତଙ୍କବାଦୀ କାର୍ଯ୍ୟକୁ ପଣ୍ଡ କରିବା ସହିତ ଏତେବଡ଼ ବିପର୍ଯ୍ୟୟ ହେବାରୁ ରକ୍ଷା କରିଥିବାରୁ ପ୍ରଶଂସାର ପାତ୍ର। ‘ଏକ୍ସ’ରେ ଏକ ପୋଷ୍ଟ କରି ‌ସେ କହିଛନ୍ତି, ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା ପାଇଁ ସତର୍କତା ଆବଶ୍ୟକ। ଫ୍ଲାଏଦୁବାଇ ଘଟଣା ପରେ ପ୍ରଥମ ଥର ପାଇଁ ୟୁଏଇ ଅଧିକାରୀ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ବୀକାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking