ଭୁବନେଶ୍ୱର: ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ ସମାଜର ଶେଷ ଧାଡିର ଲୋକଙ୍କୁ ଆମେ ସେବା ଯୋଗାଇ ଦେଉଛୁ । । ଓଡିଶା ବିଧାନସଭା ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ସମାରୋହ । ଏହି ସମାରୋହରେ ଯୋଗ ଦେଲେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି । ବାଚସ୍ପତି ସୁରମା ପାଢୀଙ୍କ ସହ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗାନ୍ଧୀଙ୍କ ଆଦର୍ଶରେ ଆମେ ସ୍ୱଦେଶୀ, ସ୍ୱଚ୍ଛତା ପଥରେ ଆମେ ଅଗ୍ରସର । ସ୍ୱଚ୍ଛତା ଜନ ଆନ୍ଦୋଳନ, ସ୍ୱଦେଶୀ ମନ୍ତ୍ର ଆତ୍ମ ନିର୍ଭର ଭାରତ ଗଠନରେ ସହାୟକ । ଶାସ୍ତ୍ରୀଜୀଙ୍କ ଜୟ ଜବାନ, ଜୟ କିଷାନ, ଆହ୍ୱାନ ନୂତନ ଉତ୍ସାହ ଓ ଶକ୍ତି ସଞ୍ଚାର ।










