29.1 C
Bhubaneswar
Thursday, October 1, 2026
Homeଓଡିଶାବିଜେପି ସରକାରରେ ସେବା ବଦଳରେ ନିର୍ଯାତନା ହବ୍ ପାଲଟିଛି ଏସସିବି: ବିଜେଡି

ବିଜେପି ସରକାରରେ ସେବା ବଦଳରେ ନିର୍ଯାତନା ହବ୍ ପାଲଟିଛି ଏସସିବି: ବିଜେଡି

ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା
ଏହି ଘଟଣାରେ ରାଜ୍ୟ ସରକାର ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ
ଏସସିବି ପାଇଁ ନବୀନ ପଟ୍ଟନାୟକ ୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ ସୁଦ୍ଧା, ବିଜେପି ତାକୁ ଖର୍ଚ୍ଚ କରିପାରି ନାହିଁ
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା ବିଜେଡି

ଭୁବନେଶ୍ୱର: ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏସ୍ସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ । ବିଜେପି ସରକାରଙ୍କ ଅପାରଗତା ପାଇଁ ଆଜି ଏସ୍ସିବି ସେବା ବଦଳରେ ନିର୍ଯାତନା ହବ୍ ପାଲଟିଛି । ଏହାକୁ ନେଇ ସରକାରଙ୍କୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ଏସସିବିରେ ରୋଗୀଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏସସିବି ହେଉଛି ରାଜ୍ୟର ଏକ ପ୍ରମୁଖ ଚିକିତ୍ସା ଅନୁଷ୍ଠାନ, ଯେଉଁଠି ରାଜ୍ୟ ଓ ରାଜ୍ୟ ବାହାରୁ ଲୋକେମାନେ ଚିକିତ୍ସା ପାଇଁ ଆସିଥାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହାକୁ ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ହସ୍ପିଟାଲ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବିଜେପି ସରକାରଙ୍କ ଅପାରଗତା ପାଇଁ ସାରା ଦେଶରେ ଏସ୍ସିବି ନିନ୍ଦିତ ହେଉଛି । ଏସସିବିରେ ଲୋକେ ସେବା ବଦଳରେ ନିର୍ଯାତନା ପାଉଛନ୍ତି । ମାନସିକ ଚିକିତ୍ସା ପାଇଁ ଆସିଥିବା ରୋଗୀକୁ ସୁରକ୍ଷାକର୍ମୀ ମାନେ ଶୌଚାଳୟରେ ବନ୍ଦ କରି ପିଟିପିଟି ମାରିଦେଲେ । କିନ୍ତୁ ହସ୍ପିଟାଲ କର୍ତ୍ତ୍ୟପକ୍ଷ ଘଟଣା ବାବଦରେ ଜାଣିପାରିଲେ ନାହିଁ । ଗତ ମାର୍ଚ୍ଚ ମାସରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ଟି ଅମୂଲ୍ୟ ଜୀବନ ଚାଲିଗଲା, କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏହି ଘଟଣାରେ କାହାକୁ ଉତ୍ତରଦାୟୀ କରାଗଲାନି । ହସ୍ପିଟାଲ ଅଧ୍ୟକ୍ଷ ଏଥିପାଇଁ ଦାୟୀ ଥିବାବେଳେ ତାଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏତେ ବଡ ଘଟଣା ଘଟିବା ପରେ ବି ରାଜ୍ୟ ସରକାର ଚୁପ ବସିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ବାବଦରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ନ ରହି ସ୍ପଷ୍ଟୀକରଣ ଦିଅନ୍ତୁ । ଏସସିବିର ଉନ୍ନତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୫,୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ସୁଦ୍ଧା ବିଜେପି ସରକାର ତାକୁ ଖର୍ଚ୍ଚ କରିପାରି ନାହିଁ । ବିଜେପି ସରକାରରେ ଏସ୍ସିବିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ବନ୍ଦ ହେବା ସ୍ଥିତିରେ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ।

ଏସଆଇଆର ସମ୍ପର୍କରେ ଶ୍ରୀ ବିଜୟ ନାୟକ କହିଥିଲେ ଯେ, ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ବର୍ତ୍ତମାନ ବିବାଦ ଘେରରେ ଥିବାବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଘଟଣା ସନେ୍ଦହ ଘେରରେ ରହିଛି । କେନ୍ଦ୍ରାପଡ଼ା ସମେତ ଧାମନଗର ଆଦି ସ୍ଥାନରେ ଏସଆଇଆର ପ୍ରକି୍ରୟାରେ ଅନିୟମିତତା ଥିବା ନେଇ ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ଶୂନ । ଏତେ ପରେ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ସନେ୍ଦହ ସୃଷ୍ଟି କରିଛି । ଏସଆଇଆର ପ୍ରକିୟା ନେଇ ଦେଶର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇବା ପରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ରାଜ୍ୟର ୨୭ ଲକ୍ଷ ୫୦ ହଜାର ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । କେତେ ଯୋଗ୍ୟ ଓ ଅଯୋଗ୍ୟ ଭୋଟର୍ ବାଦ୍ ପଡିଲେ, ସେନେଇ ତଥ୍ୟ ମାଗିବା ପରେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ । ବିଜେଡି ପକ୍ଷରୁ ବାରମ୍ବାର ଅଭିଯୋଗ ଓ ଦାବିପତ୍ର ପରେ ମଧ୍ୟ ପଦକ୍ଷେପ ଶୂନ । ଯୋଗ୍ୟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ବେଳେ ଅନେକ ଅଯୋଗ୍ୟ ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି । ତେବେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଡ଼ ମହାନ୍ତି କହିଥିଲେ ଯେ, ଏସସିବି ହସ୍ପିଟାଲରେ ପିଟି ପିଟି ରୋଗୀକୁ ମାରିଦେବା ଘଟଣା ଓ ଏସଆଇଆର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କାର୍ଯ୍ୟକାରିତା ସନେ୍ଦହ ସୃଷ୍ଟି କରୁଛି । ଏସସିବି ହସ୍ପିଟାଲ ରାଜ୍ୟର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର । ସେବା ପାଇଁ ଆସିଥିବା ରୋଗୀକୁ ପିଟି ପିଟି ମାରିଦେବା ରାଜ୍ୟ ପାଇଁ ଲଜ୍ଜାଜନକ ଘଟଣା । ଏସସିବି ହସ୍ପିଟାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ଚୂଡାନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିପାରିଲା ନାହିଁ । ବିଜେଡି ଶାସନ ସମୟରେ ଯେତେବେଳେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ଘଟିଥିଲା, ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଚୁପ୍ ରହିବା ଅତ୍ୟନ୍ତ ନିନ୍ଦନୀୟ । ସେହିପରି ଏସଆଇଆର ପ୍ରକ୍ରିୟାରେ ଅନେକ ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ଗୋଟିଏ ସମୁଦାୟକୁ କାଟିବା ପାଇଁ ଧାମନଗର ଓ ଅନ୍ୟ ଜିଲ୍ଲାରେ ପ୍ରୟାସ କରାଯାଇଛି, ବିଜେପି ସରକାର ଚାପରେ ଏହା କରାଯାଇଛି । ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନ୍ୟ ବାଟ ନପାଇ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking