ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନକୁ ଟାର୍ଗେଟ କଲା ବିଜେପି। ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । କହିଲେ ବିଜେଡି ଆନ୍ଦୋଳନ ପଲିଟିକାଲ ଲଞ୍ଚିଂ ଥିଲା। ରାଜ୍ୟବାସୀ ଚାହିଁ ରହିଥିଲେ ବିଧାନସଭାରେ କଣ ଆଲୋଚନା ହେବ କିନ୍ତୁ ସେମାନେ ବିଧାନସଭା ନଯାଇ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେମାନେ କାହା ଲଞ୍ଚିଂ ପାଇଁ ଏଭଳି କରୁଥିଲେ ତାହା ସମସ୍ତେ ଜାଣନ୍ତି ବୋଲି ଅନିଲ କହିଛନ୍ତି । ସେପଟେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।










