ମୁମ୍ବାଇ : ସେୟାର ବଜାରରେ ହାହାକାର । ଆରମ୍ଭରୁ ଭୁଶୁଡିଲା ମାର୍କେଟ୍ । ଦୁଇ ଦିନ କାରବାର ବନ୍ଦ ପରେ ସୋମବାର ସେୟାର ମାର୍କେଟରେ ହାହାକାର ଖେଳିଯାଇଛି । ଅନେକ ସେୟାର ଦାମ୍ କମିଛି ।ସୋମବାର ସେୟାର ବଜାର ଖୋଲିବା ପରେ ନିବେଶକଙ୍କୁ ଝଟକା ଲାଗିଛି । ବିଏସଇ ସେନସେକ୍ସ ଶୁକ୍ରବାର ୭୩୮୯୫ ଅଙ୍କରେ ବନ୍ଦ ହୋଇଥିଲା । ତେବେ ସୋମବାର ଏହା ୭୩୭୩୪ ଅଙ୍କରେ ଖୋଲିଛି । ଏହାପରେ ତୁରନ୍ତ ଏଥିରେ ୭୫୦ଅଙ୍କ ହ୍ରାସ ପରିଲକ୍ଷିତ ହୋଇଥିଲା । ଯାହା ପରେ ଏହା ଆହୁରି ତଳକୁ ଖସିଥିଲା । ଫଳରେ ସକାଳ ୧୦ଟା ସୁଦ୍ଧା ସେନସେକ୍ସ୭୩ହଜାର ତଳକୁ ଖସି ୭୨୯୮୧ରେ କାରବାର କରୁଛି ।
ସେନସେକ୍ସ ଭଳି ନିଫ୍ଟିରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ।୫୦ ସେୟାର ବିଶିଷ୍ଟ ନିଫ୍ଟି ଶୁକ୍ରବାର୨୩୧୪୦ପଏଣ୍ଟରେ ବନ୍ଦ ହୋଇଥିଲା । କିନ୍ତୁ ସୋମବାର ଏହା ୨୩୦୬୫ରେ ଖୋଲିଥିଲା । ଏହାପରେ ୨୩ହଜାର ତଳକୁ ହଠାତ ଖସି ଆସିଥିଲା । ଏବେ ଏହା ୨୨୮୫୫ରେ ଟ୍ରେଡ୍ କରୁଛି ।
ସୋମବାର ଅନେକ ବଡ କମ୍ପାନୀର ସେୟାରରେ ହ୍ରାସ ପରିଲକ୍ଷିତ ହୋଇଛି । ବିଏସଇରେ ଟପ୍ ୩୦ଟି ସେୟାର ନାଲି କାରବାର କରୁଛନ୍ତି । ସବୁଠୁ ଅଧିକ ଏଚଡିଏଫସି ବ୍ୟାଙ୍କର ସେୟାର ଦାମ୍ ହ୍ରାସ ପାଇଛି । ସେହିପରି କୋଟାକ୍ ବ୍ୟାଙ୍କ୍, ଏସବିଆଇ, ଏଚୟୁଏଲ, ଟ୍ରେଣ୍ଟ୍ ଆଦିର ସେୟାର ଦାମରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଛି । ବଜାଜ, ରିଲିଆନ୍ସ ଏବଂ ଆଇସିଆଇସିଆଇ ବ୍ୟାଙ୍କର ସେୟାର ଦାମ୍ ମଧ୍ୟ କମିଛି ।ତେବେ ବଜାରରେ ଏପରି ଅବସ୍ଥା ପାଇଁ ଆମେରିକାକୁ ଦାୟୀ କରାଯାଉଛି । ଆମେରିକା ଇରାନ ଶାନ୍ତିବାର୍ତ୍ତା ହୋଇପାରୁନି । ଯେଉଁଥି ପାଇଁ ବିଶ୍ୱ ବଜାରରେ ଅନିଶ୍ଚିତତା ଲାଗି ରହିଛି । ଭାରତୀୟ ବଜାର ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିବା ପରିଲକ୍ଷିତ ହୋଇଛି ।










