କଟକ: ବଡ଼ମ୍ବାର ପ୍ରସିଦ୍ଧ ଶକ୍ତିପୀଠ ମାଆ ଭଟ୍ଟାରିକାଙ୍କ ପୀଠରେ ପୁଣି ପଶିଛି ବନ୍ୟାଜଳ । ହୀରାକୁଦର ୨୮ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ମନ୍ଦିରର ଗର୍ଭଗୃହ ନିକଟରେ ପହଞ୍ଚିଛି । ଆଗକୁ ନବରାତ୍ର ପୂଜା ଥିବାରୁ ବନ୍ୟାଜଳ ପ୍ରବେଶକୁ ନେଇ ଚିନ୍ତା ବଢ଼ିଛି ।ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଭଟ୍ଟାରିକା ପୀଠ ପରିସରରେ ୧୬୩ ଧାରା ଲାଗୁ କରାଯାଇଛି । ଭକ୍ତଙ୍କ ପ୍ରବେଶ ଉପରେ ବାରଣ କରାଯାଇଥିବା ବେଳେ ଜଳସ୍ତର ଉପରେ ଲଗାତାର ନଜର ରଖାଯାଉଛି ।ଆଗକୁ ଆହୁରି ୨ ଫୁଟ୍ ପାଣି ବଢ଼ିଲେ ମାଆ ଭଟ୍ଟାରିକାଙ୍କ ବିଗ୍ରହକୁ ସୁରକ୍ଷା ଦୃଷ୍ଟିରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି । ତେବେ ବନ୍ୟା ସ୍ଥିତି ସତ୍ତ୍ୱେ ମାଆଙ୍କ ନୀତିକାନ୍ତିରେ ବ୍ୟାଘାତ ଘଟିନଥିବା କହିଛନ୍ତି ମନ୍ଦିରର ପୂଜକ ଶିରିଷ ରଣା । ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଛି ।










