ଗଞ୍ଜାମ : ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ବେଳେ ଓଲଟିଲା ବୋଟ । ଗଞ୍ଜାମ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଇବାଲି ପଞ୍ଚାୟତର ଉପାନ୍ତ ତଡମା ଗାଁରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ଦମକଳ ବାହିନୀର ବୋଟ ।ଗାଁରେ ଗର୍ଭବତୀ ମହିଳା ଆରତୀ ଗୌଡ଼ ଜଣେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି l ବୋଟ ଦୁର୍ଘଟଣା ଯୋଗୁଁ ଭଞ୍ଜନଗର ବ୍ଲକ ପ୍ରଶାସନ ପହଂଚି ପାରିଲେ ନାହିଁ l ବର୍ତ୍ତମାନ ଭଗବାନଙ୍କ ଭରସାରେ ନଦୀ ଆରପଟେ ରହିଛନ୍ତି ମହିଳା । ବର୍ଷା ଯୋଗୁଁ ଉପାନ୍ତ ତଡ଼ମା ଗାଁକୁ ଲାଗି ଏକ ଜଙ୍ଗଲୀ ନଦୀ ବୋହି ଯାଇଛି । ଆଜି ସକାଳେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ଆସିବାରୁ ଭଞ୍ଜନଗର ପ୍ରଶାସନକୁ ଖବର ଦେଇଥିଲେ ପରିବାର ଲୋକେ ।
ଭଞ୍ଜନଗର ଦମକଳ ବାହିନୀ ବେଲେଗୁଣ୍ଠା ଦମକଳ ବାହିନୀ ଙ୍କୁ ସାଙ୍ଗରେ ନେଇ ଭଞ୍ଜନଗର ବିଡିଓ, ସିଡିପିଓ ଆଦି ଗାଁ ମୁଣ୍ଡରେ ପହଞ୍ଚି ଗର୍ଭବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନଦୀର ପ୍ରଖର ପାଣିରେ ବୋଟଟି ଓଲଟି ପଡିବାରୁ ଉଦ୍ଧାର କରିପାରି ନ ଥିଲେ l ସେପଟେ ଗର୍ଭବତୀ ମହିଳା ଜଣକ ବହୁ କଷ୍ଟ ରେ ଏକ ଶିଶୁ କନ୍ୟା କୁ ଜନ୍ନ ଦେଇଥିଲେ । ବୋଟ ଓଲଟିଲା ପରେ ଦମକଳ ବାହିନୀ କର୍ମଚାରୀ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି l










