31.1 C
Bhubaneswar
Saturday, September 26, 2026
Homeଓଡିଶାଲଗାଣ ବର୍ଷାରେ ଜୁଡ଼ିଆ ଘାଟିରେ ଭୂସ୍ଖଳନ

ଲଗାଣ ବର୍ଷାରେ ଜୁଡ଼ିଆ ଘାଟିରେ ଭୂସ୍ଖଳନ

କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଅସ୍ତବ୍ୟସ୍ତ ହୋଇପଡିଛି । ବର୍ତ୍ତମାନ ସେଠାରେ ଏକ ଭୂସ୍ଖଳନ ମଧ୍ୟ ଦେଖାଦେଇଛି । ୪୯ ନମ୍ବର ଜାତୀୟ ରାଜପଥର ଜୁଡ଼ିଆଘାଟିରେ ପାହାଡ଼ରୁ ମାଟି ଓ ଅତଡ଼ା ଖସି ରାସ୍ତା ଉପରେ ପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ଜାତୀୟ ରାଜପଥର ଗୋଟିଏ ପଟ ରାସ୍ତାକୁ ବନ୍ଦ କରାଯାଇଛି ।ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଥିବା ବେଳେ ରାସ୍ତାରୁ ମାଟି ଓ ପଥର ହଟାଇବା ପାଇଁ ଉଦ୍ଧାରକାରୀ ଟିମ୍‌ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ କୋରାପୁଟର ମାଳିପୁଟ-ଚତଡ଼ିପୁଟ ରେଳ ଲାଇନ ଉପରେ ମଧ୍ୟ ମାଟି ଅତଡ଼ା ଧସି ପଡ଼ି ଛି। ଫଳରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ରେଳ ଲାଇନରୁ ମାଟି ଓ ଅତଡ଼ା ହଟାଇ ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଜୋରସୋରରେ କାର୍ଯ୍ୟ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking