ଭୁବନେଶ୍ୱର: କଟକ ଅପେକ୍ଷା ରାଜଧାନୀରେ ଅଧିକ ଅମାନିଆ ଗାଡି ଚାଳକ । ଭୁବନେଶ୍ୱରରେ ୧୩ ହଜାର ୮୪୪ ଚାଲାଣ କଟିଥିବା ବେଳେ ୧୪୪ ଗାଡି ଜବତ ହୋଇଛି । କଟକରେ ୧୦ ହଜାର ୮୪୪ ଚାଲାଣ କଟିଥିବା ବେଳେ ୨୯୧ ଗାଡି ଜବତ ହୋଇଛି ।ଗତ ଅଢେଇ ବର୍ଷରେ ୧୫.୧୬ କୋଟିରୁ ଅଧିକ ଟଙ୍କା ଫାଇନ ଆଦାୟ କରାଯାଇଛି । ୧୮୧୨ ଗାଡି ଜବତ ସହ ଆଇନ ଉଲ୍ଲଙ୍ଘନ କରିଛନ୍ତି ୪.୧୫ ଲକ୍ଷ । ପ୍ରତାପ ଦେବଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖିଛନ୍ତି । ସୂଚନାଥାଉକି, ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିଲାନି ପ୍ରଶ୍ନକାଳ । ଗୃହକୁ ଅପରାହ୍ମ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଶୂନ୍ୟକାଳରେ ଚାଲିଛି ପ୍ରଶ୍ନ ଉତ୍ତର । ବିଧାୟକଙ୍କ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।









