28.1 C
Bhubaneswar
Wednesday, September 23, 2026
Homeଓଡିଶାବାଘଲାଟି ଜଳଭଣ୍ଡାରରୁ ଆଜି ସନ୍ଧ୍ୟାରେ ଜଳ ନିଷ୍କାସନ! ସତର୍କ ସୂଚନା ଜାରି

ବାଘଲାଟି ଜଳଭଣ୍ଡାରରୁ ଆଜି ସନ୍ଧ୍ୟାରେ ଜଳ ନିଷ୍କାସନ! ସତର୍କ ସୂଚନା ଜାରି

ଭୁବନେଶ୍ୱର : ଗଭୀର ଅବପାତ ପ୍ରଭାବରେ ବାଘଲାଟି ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ଗତ ଏକ ଘଣ୍ଟା ମଧ୍ୟରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହି ପରିସ୍ଥିତିରେ ଆଜି ସନ୍ଧ୍ୟା ସମୟରେ ବାଘଲାଟି ଜଳଭଣ୍ଡାରରୁ ଅତିରିକ୍ତ ଜଳ ନିଷ୍କାସନ କରାଯାଇପାରେ।ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ନିମ୍ନମୁହାଁ ଅଞ୍ଚଳରେ ରହୁଥିବା ଜନସାଧାରଣ ଆଗୁଆ ସତର୍କ ରହିବା ସହ ନିଜ ନିଜ ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନେବାକୁ ଅନୁରୋଧ କରାଯାଉଛି। ନିମ୍ନାଞ୍ଚଳରେ ରହୁଥିବା ପରିବାରମାନେ ବିଳମ୍ବ ନକରି ସୁରକ୍ଷିତ ସ୍ଥାନ କିମ୍ବା ପ୍ରଶାସନ ପକ୍ଷରୁ ଚିହ୍ନଟ ଆଶ୍ରୟସ୍ଥଳୀକୁ ଯାଇ ରହିବାକୁ ପରାମର୍ଶ ଦିଆଯାଛି।

ଜନସାଧାରଣ ନଦୀ, ନାଳ, ଜଳପ୍ରବାହ ଅଞ୍ଚଳ ଏବଂ ଜଳଭଣ୍ଡାରର ନିମ୍ନମୁହାଁ ଅଞ୍ଚଳକୁ ନଯିବା ସହ ଜଳସ୍ରୋତ ଅତିକ୍ରମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଭୟଭୀତ ନହୋଇ ସତର୍କ ରୁହନ୍ତୁ ଏବଂ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ସୂଚନା ଓ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking