ଗଞ୍ଜାମ: କଳିଙ୍ଗା ଘାଟିରେ ଲାଗିଲା ବଡ଼ ବ୍ୟାରିକେଡ୍ । ଉଭୟ ଗଞ୍ଜାମ ଓ କନ୍ଧମାଳ ସୀମା ପଟ ଘାଟି ହେଲା ବ୍ଲକ। ପ୍ରବଳ ବର୍ଷା ଆଉ ଭୂସ୍ଖଳନ ଭୟରେ ଆଗୁଆ ପଦକ୍ଷେପ ନେଲା ପ୍ରଶାସନ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଗଞ୍ଜାମ ଜିଲ୍ଲା ତଥା ଆଖ ପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ହୋଇଛି ।ସତର୍କତା ଦୃଷ୍ଟିରୁ କଳିଙ୍ଗା ଘାଟିରେ ସମସ୍ତ ପ୍ରକାର ଯାତାୟତ ଓ ପରିବହନ ବ୍ୟବସ୍ଥାକୁ ୨୩ରୁ ୨୪ ଯାଏଁ ବନ୍ଦ କରି ଦେଇଛି ପ୍ରଶାସନ। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାରିକେଡ୍ ଦିଆଯାଇଛି । ବର୍ଷାର ପରିମାଣ ବଢୁଥିବାରୁ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବିଭାଗୀୟ ଅଧିକାରୀ। ଗତବର୍ଷ ଠିକ୍ ଏହି ସମୟରେ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା କଳିଙ୍ଗା ଘାଟି । ପୂରା ଠପ୍ ହୋଇ ପଡ଼ିଥିଲା ଏହା ମଧ୍ୟ ଦେଇ ପରିବହନ। ଏବେ ପୁଣି ଥରେ ଭୂସ୍ଖଳନ ଭୟ ପାଇଁ ଆଗୁଆ ସତର୍କ ହୋଇଛି ସ୍ଥାନୀୟ ପ୍ରଶାସନ ।










