27.1 C
Bhubaneswar
Tuesday, September 22, 2026
Homeଓଡିଶାବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ବିରୋଧୀଙ୍କ ହଟ୍ଟଗୋଳ: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ମୁଲତବୀ ପରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଚାଲିପାରିଲାନି ଗୃହକାର୍ଯ୍ୟ । ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କ ହଙ୍ଗାମାରେ ଚାଲିପାରୁନି ପ୍ରଶ୍ନକାଳ । ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ପ୍ରଶ୍ନ ର ଉତ୍ତର ରଖୁଥିବା ବେଳେ ବିରୋଧୀ ହୋହଲ୍ଲା କରି ଗୃହକୁ ଚଳାଇ ଦେଉନାହାନ୍ତି । ଏମଏମଡିଆର ବିଲ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରି ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ନାରାବାଜି କରିଛନ୍ତି । ବାଚସ୍ପତି ବିରୋଧୀଙ୍କୁ ନିଜ ଜାଗାକୁ ଯିବାକୁ ଅନୁରୋଧ କରି ପ୍ରଶ୍ନକାଳରେ ସହେଯାଗ କରିବାକୁ କହିବା ସତ୍ତ୍ୱେ କାହା କଥାକୁ ଖାତିର ନକରି ଜିଦରେ ଅଡି ରହିଛନ୍ତି ବିରୋଧୀ । ଏନେଇ ବାଚସ୍ପତି ସୁରମା ପାଢୀ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢୀ । ପୂର୍ବରୁ ଶୋକ ପ୍ରସ୍ତାବ ଆଗତ ପରେ ପରେ ନୀରବ ପ୍ରାର୍ଥନା ହେଉଥିବା ବେଳେ ହିଁ ହୋହଲ୍ଲା ଆରମ୍ଭ କରିଦେଇଥିଲେ । ଏଣେ ବାଚସ୍ପତି ୧ଟା ୧୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଅନ୍ୟପଟେ ବିଜେଡି ପାଠ୍ୟ ପୁସ୍ତକ ତ୍ରୁଟି ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଲୋୟର ପିଏମଜିରେ ଧାରଣା ଦେଇ ପ୍ରତିବାଦ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking